ତା'ଦେହରେ ହଳଦୀ ଲଗାଇ
ସଜ ପାଣିରେ ଦିଅଲୋ ଗାଧୋଇ
ନବ ବଧୁ ଵେଶେ ଦିଅ ତାକୁ ସଜାଇ
ଯିବ ଆଜି ସେ ଅହ୍ୟରାଣୀ ହୋଇ।।
ତା'ର ମଥାରେ ଚ଼ନ୍ଦନ ଲଗାଅ
କୁଙ୍କୁମରେ ତାକୁ ସଜାଇ ଦିଅ
ନାଲି ଛିଟଶାଢ଼ୀ ତାକୁ ପିନ୍ଧାଅ
ଦୁଇ ପାଦରେ ଅଳତା ଲଗାଅ।।
ସିମନ୍ତରେ ସିନ୍ଦୂର ତା'ପିନ୍ଧାଅ
ନୟନରେ ତା' କଜ୍ଜଳ ଲଗାଅ
ଓଠେ ଲାଲିମା ଦିଅ ଗୋ ଲଗାଇ
ହାତେ ନାଲି ଚ଼ୁଡ଼ି ଦିଅ ପିନ୍ଧାଇ।।
ତା'ର କେଶକୁ ଦିଅଗୋ ସଜାଇ
କବରୀରେ ନିଶିଗନ୍ଧା ଲଗାଇ
କାନେ ଅତର ତୁଳିକୁ ଲଗାଅ
ନବ ବଧୁ ଵେଶେ ତାକୁ ସଜାଅ।।
ଶବାରିରେ ବସି ଆସିଥିଲା ସେ
ଏବେ ଶବାରିରେ ଦିଅ ଶୁଆଇ
ମୋହ ମାୟା ସବୁ ତେଜି ଦେଇ ସେ
ଆର ପାରିକୁ ନିଶୁଣି ଲଗାଇ।।
ଖଇ କଉଡ଼ି ତା'ଆଗେ ପକାଅ
ରାମ ନାମ ସତ୍ୟ ବାଣୀ ଶୁଣାଅ
କଂସା ବଜାଇ କର ହେ ଶବଦ
ମଶାଣିକୁ ନିଅ ତାକୁ ନଗଦ।।
ଅହ୍ୟ ଡେଙ୍ଗୁରା ଆଗେ ତା' ବଜାଅ
ଚାରିକାନ୍ଧ ଦେଇ ତାକୁ ଉଠାଅ
ଫୁଲ ପୁଷ୍ପରେ ସଜାଅ ଶବାରି
ଅହ୍ୟରାଣୀ ଯିବ ବୈକୁଣ୍ଠ ପୁରୀ।।
ଧର୍ମଶାଳା, ଯାଜପୁର
ଦୂରଭାଷ:- ୯୭୭୮୩୯୩୨୨୫




0 Comments