ବରଷକେ ଥରେ ଆସି
ଦେଇଛ ମନକୁ ଚହଲେଇ
ମୋ ମନେ ରହିଥାଅ
ସବୁବେଳେ ଚାପି ହୋଇ l
ଆଣିଦିଅ ମୋ ପାଇଁ
କେତେ ଶକ୍ତି ସାହାସ
ଧର୍ଯ୍ୟ ସଙ୍ଗେ ପୁଣି
ଦିଅ ବଞ୍ଚିବାର ଆଭାସ l
ହେ ଇଷ୍ଟଦେବୀ ମାଁ
ମହାମାୟୀ ଜଗତର
ତୁମେ ସାହାରା
ଭରସା ମୋହର l
ଜଗତ ଜନନୀ ରୂପେ
ଗଢ଼ି ତୋଳିଛୁ ଆମକୁ
ଦେଇ ସବୁ ସୁଖ
ରଖିଥିବୁ ସମସ୍ତଙ୍କୁ l
ତୁମ ଆଶୀର୍ବାଦରୁ
ସବୁଠାରେ ତୁମକୁ ପାଇଛି
ଯେତେ ବଡ କାମ ହେଲେ
ତୁମ ନାମେ ନିଭାଇଛି l
ହୋଇଛି ସଫଳ
ସବୁ କାର୍ଯ୍ୟରେ ମୁହିଁ
ରହିଥିବ ସଙ୍ଗେ
ପାଇବି ସଫଳ ତହିଁ l
ତୁମ ପାଇଁ ସବୁଠି ଖୁସି
ବଞ୍ଚିବାର ଆଶା ପାଇ
ଶକ୍ତି ସ୍ଵରୂପିଣୀ ସବୁଠାରେ
ରହିଅଛ ସଙ୍ଗେ ଯାଇ l
ତୁମ ଗୁଣ ଯେତେ ଗାଇଲେ
ପାରିବିନି କେବେ ସୁଝି
ପୂରଣ ହେବନି ତୁମ ଦେବା ସରି
କୋଳେ ରଖିଥିବ ଆମକୁ ଆଉଜି l




0 Comments