ଅଚ୍ଯୁଦା ନନ୍ଦ ଗୋବିନ୍ଦ ହେ ପ୍ରଭୁ ପରମାନନ୍ଦ
ରାଧାକାନ୍ତ ଦୟାମୟ ଜଗବନ୍ଦନ,
ପ୍ରଣତି ତୋ ପାଦ ତଳେ ଦୟାକର ସଦା କାଲେ
ବାଙ୍କ ବିହାରୀ ହେ ହରି ଚକାନୟନ ।
ଯପୁଥିବି ତୋ ନାମ ତୁଣ୍ଡେ ।
ଯେତେଦିନ ଯାଏ ଜୀବ ଥିବ ଏ ପିଣ୍ଡେ । ।୧। ।
ଆନନ୍ଦମୟ ଶ୍ରୀହରୀ ଲୀଳା ବିଗ୍ରହ ତୁମ୍ଭରି
ଲୀଳା ଖେଳା ପାଇଁ ତୁମ୍ଭ ମର୍ତ୍ତ୍ୟେ ଜନମ,
ମର୍ତ୍ତ୍ୟେ କରିବାକୁ ଲୀଳା ଆହେ ପ୍ରଭୁ ଚକାଡୋଳା
ନର ରୂପରେ ହେପ୍ରଭୁ ନିଅ ଜନମ ।
କେତେ କଷ୍ଟ ତୁମ୍ଭେ ସହିଛ ।
ଦୁଷ୍ଟ ନାଶି ସନ୍ଥ ପାଳି ମହୀ ସ୍ଥାପିଛ । ।୨।।
ଇଚ୍ଛଇ ମୁଁ ସଦାକାଳେ ସେବି ତୋ ପାଦକମଳେ
ଧନ୍ୟ କରିବଇଁ ମୋର ଏଇ ଜୀବନ,
ନମିଳଇ ସେହି ସୁଖ ହେ ପ୍ରଭୁ କଳା ଶ୍ରୀମୁଖ
ସଂସାର ଜଞ୍ଚାଳ ମୋର ଦହେ ପରାଣ ।
ସେହି କଷ୍ଟ ନ ପାରେ ସହି ।
ତଥାପି ମୁଁ ପଡ଼ିଅଛି ମାୟାରେ ମୋହି । ।୩।।
ଇର୍ଷା ଯେ ଛନ୍ଦ କପଟ ମାୟା ମୋହେ ଛଟପଟ
ବିଷୟ। ରସରେ ମାତି ଯାଉଛି ଦିନ,
ସ୍ତିରୀ ସଙ୍ଗ ରସେ ମାତି ବିତାଉଛି ଦିବାରାତି
ଜାଣିପାରେ ନାହିଁ ଆୟୂ ହେଉଛି କ୍ଷୀଣ ।
ପଡି ସେହି ମାୟା ଜାଳରେ ।
ଚିତ୍ତ ମତ୍ତି ଭ୍ରଷ୍ଟ ହୁଏ କାଳ ବଳରେ । ।୪।।
ଉଦ୍ଧତ କରି ମନକୁ ନ ଜାଣେ ଭଲ _ମନ୍ଦକୁ
ଯାହା ମନେ ଆଶେ ତାହା କରଇ ପୁଣ,
ପାଞ୍ଚ ମନମିଶି ଶେଷେ ପଚିଶ ପ୍ରକୃତି ବସେ
ଦାଉ ସାଧି ପିଣ୍ଡଟାକୁ ଦହଇ ପ୍ରାଣ ।
ସେ କଷ୍ଟକୁ ନ ପାରେ ସହି ।
ପାରିକର ଦୟାମୟ ହେ ଭାବଗ୍ରାହୀ ।।୫।।
ଅନ୍ତର୍ଯ୍ୟାମୀ ସାହୁ
ପଲମ, କେସିଙ୍ଗା, କଳାହାଣ୍ଡି




0 Comments