ଜୟ ଶ୍ରୀରାମ - ନନ୍ଦିନୀ ରାଉତ



ଦଶରଥ ନନ୍ଦନ ବିଶ୍ଵଜନ ବନ୍ଦନ 
        ନମଇଁ ଶ୍ରୀରାମ ପୟର 
ସକଳ ଜୀବନର ତୁମେ ଯେ ମୁଳାଧାର 
      ଜୟ ଜୟ ହେ ରଘୁବୀର... 1

ନର ଅବତାରେ ଅଯୋଧ୍ୟା ନଗରେ 
     କୌଶଲ୍ୟା ଗରଭୁଁ ଜାତ 
ପିତାଙ୍କ ଜୀବନ ପ୍ରଜା ପ୍ରାଣ ଧନ 
    ତିନି ମାତା ପ୍ରାଣ ସୂତ... 2

ସୀତା ହୃଦ ଚନ୍ଦନ  ହନୁମାନ ବନ୍ଦନ 
     ପୃଥିବୀ ର ମଙ୍ଗଳ ମୟ 
ଭକ୍ତ ଜନ ବାନ୍ଧବ ଦୈତ୍ୟ ବିନାଶକ 
    ତୁମ୍ଭେ ଆନନ୍ଦ ନିଳୟ.... 3

ଅହଲ୍ୟା ତାରଣ ବାଳୀ ର ମାରଣ 
    କରିଲ କୋଦଣ୍ଡ ଧାରୀ 
କୈବର୍ତ୍ତ ଧୋଇଲା ପାଦ ଦୁଇ ତୁମ 
     ନ ପାରିଲେ ତ୍ରିପୁରାରୀ.... 4

ଯୋଗୀଋshi ରକ୍ଷଣ ଦୀନାର୍ତ୍ତ କାରଣ 
      ରଘୁନାଥ ରାବଣାରୀ 
ଦେବତା ରକ୍ଷଣେ ଧରା ନିବରଣେ 
     ହୋଇଥିଲ ଅବତାରୀ... 5

ଦଇବ ଦଉଡି ମଣିଷ ଯେ ଗାଈ 
    ପ୍ରକୃତି ଅଟଇ ସତ୍ୟ 
ଏହି କଥା ଗୋଟି ଆହେ ମହାପ୍ରଭୁ 
     କରିନେଲ ପ୍ରମାଣିତ.... 6

ସୁର  ନର ପୂଜିତ କମଳ ଲୋଚନ 
     ପାଦରେ ଦିଅ ଶରଣ 
ଅଭାଗୀ ଯେ ପାଦେ ଵିନତୀ କରୁଛି 
    କର ଏ ବିଶ୍ୱ କଲ୍ୟାଣ... 7

ନନ୍ଦିନୀ ରାଉତ
 ଅନୁଗୋଳ

Post a Comment

0 Comments