ଯାହାକୁ ପ୍ରଥମ ଥର ପାଇଁ ମୁଁ ସ୍କୁଲ ନେଇଥିଲି
ଆଉ ମୋ କୁନି ହାତରେ
ପ୍ରଥମ ଥର ପାଇଁ କିଛି ଲେଖିଥିଲି
ଆଉ ସେ ରଫ୍ ଖାତରୁ ଗୋଟେ ଫର୍ଦ୍ଦ ଚିରି
ଡଙ୍ଗା କରି ମଧ୍ୟ ସ୍କୁଲରୁ ଆସିବା ବାଟରେ ପାଣିରେ ଭସେଇ ଦେଇଛି
ଆଉ ବେଳେ ବେଳେ ତ କଲର୍ ପେନ୍ସିଲ ରେ
କେତେ କଣ ଛବି ଆଙ୍କି ଦେଇଛି
କିଛି ବି ହୋମୱର୍କ ଖାତାରେ ଲେଖିବା ପୂର୍ବରୁ
ମୁଁ ପ୍ରଥମେ ରଫ୍ ଖାତାରେ ଲେଖିଛି
ହଁ ସେ ପୁରୁଣା ଅଭ୍ୟାସ ଟା
ଏବେ ବି ମୋର ଅଛି
ସ୍କୁଲ ବ୍ୟାଗ୍ ରେ ନେଉଥିବା ରଫ୍ ଖାତା
ବଦଳି ଯାଇଛି ସତ
ହେଲେ ଆଜିବି କଲେଜ ବ୍ୟାଗ୍ ରେ
କଉ ଖାତା ଥାଉ କି ନଥାଉ ରଫ୍ ଖାତଟି ଥିବ ନିଶ୍ଚିତ
ହଁ ସେ ରଫ୍ ଖାତାର ସ୍ମୃତିଟା
ଏବେବି ମୋ ସହିତ ଅଛି
ଆଉ କଲର୍ ପେନ୍ସିଲ୍ ର ଛବିଟା
ଆଜି ବୃତ୍ତ,ତ୍ରିଭୁଜ ରେ ପରଣିତ ହେଇଯାଇଛି ll




0 Comments