ଜୀବନର ଏହି ନିରୋଳା ପଥରେ
ଛୋଟ ମୋର ଅଭିଳାଶା ।।
ଟିକି ଫୁଲଟିଏ ହୋଇ ପ୍ରଭୁ ମୁହିଁ
ହେବି ଯେ ସଭିଙ୍କ ଆଶା ।।
ସମୟର ସ୍ରୋତ ଅଙ୍କାବଙ୍କା ନଈ
ଅବିରତ ବହି ଦିଏ ଯେ ଭସାଇ ।।
ସାୟନ ସମୟରେ ବିଦାୟ ନେଇ
ଦିନ କୁହେ ପୁଣି ଫେରିବି ମୁହିଁ ।।
ଥରେ ଚାଲିଗଲେ ମୁଖରୁ ଵଚନ
ଆସେ ନାହିଁ କେବେ ଫେରି ।।
ଖଣ୍ଡାର ଧାରରୁ ଅଧିକ ତିବ୍ର ସେ
ଜୀବନ୍ତ ଦିଏ ଯେ ମାରି ।।
କୋହଭରା ଏଇ ହୃଦୟରେ ମୋର
ଏଇ ଯେ ଛୋଟ ବିନତି ।।
ସମୟର ଉପଯୋଗ, ସାୟଂନର କ୍ଳାନ୍ତି
ମଧୁର ଵଚନ ଓ ଭାବ,ପ୍ରୀତି,ଶାନ୍ତି ।।
ରହିଥାଉ ପ୍ରଭୁ ମୋର ମନରେ ଯେ ଭକ୍ତି
ସମର୍ପଣ କରି ସଭିଙ୍କୁ ମିଳୁ ମତେ ତୃପ୍ତି।।
ଚାଲିଯାଏ ଦିନ ପୁଣି ଦେଇ ଏକ ଆଶା
ସନ୍ଦେହ ରହେ ମନେ ହେବିନି ତ ନିରାଶା ।
ଇଚ୍ଛା ହୁଏ କରିବାକୁ ପୂର୍ଣ୍ଣ ସବୁ କାମ
ହେଲେ ଦିନ ଚାଲିଯାଏ ରହିଯାଏ ଭ୍ରମ ।।
ପରଦିନ ଯୋଡିହୁଏ ନୂଆ ଏକ କର୍ମ
ପୂର୍ଣ୍ଣ ହୁଏନି ସେତ କରିଦିଏ ଚୂର୍ଣ୍ଣ ।।
ହେଲେ ରହିଯାଇଛି କେତେ ଆଶାଓ ଆକାଂଖ୍ୟ
ପୂରଣ ହେବ କେବେ ତାହାର ଅପେକ୍ଷା ।।




0 Comments