ବସନ୍ତ ମଳୟ - ବସନ୍ତ କୁମାର ପ୍ରଧାନ


ହାତେ ହାତେ ଦେଲେ ହାତୀ ଉଠିଯାଏ
କହନ୍ତି ଜଗତ ଲୋକ ,
ତୁହିରେ କାଳିଆ ହାତ ଟେକି ଦେଲେ
ଆଉ କି ରହନ୍ତା ଦୁଃଖ ।0।

ହାତୀ ବୁଲୁଥିଲେ ବନସ୍ତ ଭିତରେ
ଅଟେ ସେ'ତ ରାଜାଙ୍କର ,
ଯେଉଁଠି ମୁଁ ଥାଏ ଯେପରି ବା ଥାଏ
ତୁହି ମୋର ଆପଣାର
କାଳିଆ ରାଜାରେ ମୋର ।
ସୁଖର ଦୁଃଖର  ସାଥି ତୁହି ମୋର
ତୁହି ମୋ ପରାଣ ମିତ ।1।

ବଞ୍ଚିଥିଲେ ଲକ୍ଷେ ମରିଗଲେ ଲକ୍ଷେ
ମୂଲ୍ୟ ସିନା ହାତୀଟିର ,
ଏଇ ଜୀବନର କେତେ ମୋର ମୂଲ୍ୟ
ତୋତେରେ ସିନା ଗୋଚର 
କାଳିଆ ରାଜାରେ ମୋର ।
ମୋ' ଛୋଟ ମନରେ  ଏତିକି ବୁଝିଛି
ତୋ' ବିନା ମୁଁ ନିରର୍ଥକ ।2।


ହରିହରପୁର ,ଛେଣ୍ଡିପଦା, ଅନୁଗୋଳ

Post a Comment

0 Comments