ତୁମେ ସିନା - ପ୍ରେମଲତା ସାହୁ



ତୁମେ ସିନା ଛାଡ଼ି ଚାଲି ଗଲ ବହୁ ଦୂର,

ହେଲେ ଆଜି ବି ବସିଛି ମୁଁ ପିନ୍ଧି ସେଇ ଘୁଙ୍ଗୁର।।

ତୁମେ ସିନା ଭୁଲି ଗଲ ଆମ ସେଇ ଅତୀତକୁ,

ହେଲେ ଆଜି ବି ଏ ମନ କେବଳ ଚାହେଁ ତୁମକୁ।।

ତୁମେ ସିନା ପୋଛି ଦେଲ ତୁମ ହୃଦୟ ରୁ ମୋତେ

ହେଲେ ଆଜି ବି ଏ ମନ ଝୁରେ ଆଗ ଭଳି ସେତେ!!!

ତୁମେ ସିନା ଛାଡ଼ି ଦେଲ ଏଇ ହାତ କୁ ମୋର,

ହେଲେ ଆଜି ବି ମୁଁ ଖୋଜେ ସ୍ପର୍ଶ ତୁମରି ହାତ ର।।

ତୁମେ ସିନା ଭାଙ୍ଗି ଦେଲ ସେଇ ନଈ ବାଲି ଘର,

ହେଲେ ଆଜି ବି ମୁଁ ସଦା ଚାହେଁ ତୋଳି ବାକୁ ଘର।।

ତୁମେ ସିନା ରଖିଲନି ସବୁ ପ୍ରତିଶ୍ରୁତି ତୁମ,

ହେଲେ ଆଜି ମୁଁ କଥା ଦିଏ ସତ ଆମ ପ୍ରେମ।।

ତୁମେ ସିନା ନିଜ ସ୍ବାର୍ଥ ପାଇଁ ଏହା କଲ,

ହେଲେ ଆଜି ମୁଁ ଚାହେଁ ସାଥୀ ତୁମରି ହିଁ ଭଲ।।

Post a Comment

0 Comments