ଅତି ଯେ ଦୁର୍ଦ୍ଦାନ୍ତ ଅଟେ ସେ ସବର
ମାରୁଥାଏ ପଶୁ ପକ୍ଷୀ
କ୍ଷଣକ ମଧ୍ଯରେ ନେଉଥାଏ ପ୍ରାଣ
ଧନୁରେ ଶରକୁ ଯୋଖି
ଏକ ଦିନେ ସେଇ ସବର ପସିଲା
ଯାଇ ଯେ ଘୋର ବନନ୍ତେ
ଯାହା ଘଟିଗଲା କହୁଅଛି ଶୁଣ
ସୁଧିଜନ ଏଥୁ ଅନ୍ତେ
ବିଭିନ ପ୍ରକାର ପକ୍ଷୀକୁ ଧରି ସେ
ପଞ୍ଜୁରୀରେ କରି ବନ୍ଦ
ସେତିକିରେ ମନ ହେଲାନି ସନ୍ତୋଷ
ଲୋଭରେ ହୋଇଲା ଅନ୍ଧ
ପସିଗଲା ସିଏ ଘୋରୋ ଅରଣ୍ଯରେ
ହୋଇଗଲା ସନ୍ଧ୍ଯା ଆସି
ସହଜେ ଅରଣ୍ଯ ହୋଇଲା ଅନ୍ଧାର
ଦୁଶିଲାନି ପଥ କିଛି
ରାତ୍ର ହେଲା ଯେବେ ହିଂସ୍ର ଯନ୍ତୁ ମାନେ
କରିଲେ ରଡି ବୋବାଳି
ଭୟରେ ସବର ବୃକ୍ଷକୁ ଚଢିଲା
ପ୍ରାଣ ବଞ୍ଚେଇବ ବୋଲି
ମହାବଳ ବାଘ ଗନ୍ଧ ବାରେଇକି
ବୃକ୍ଷ ମୂଳେ ହେଲା ଠିଆ
ଶୀତ କାକରରେ ଥରିଲା ସବର
ଥରୁଥିଲା ତାର ହିଆ
ଯୋ ବୃକ୍ଷେ ଚଢିଲା ସେ ସବର ବୀର
ଥିଲା ବେଲଗଛ ସେଇ
ସେ ବୃକ୍ଷ ମୂଳରେ ଶିବ ଲିଙ୍ଗଟିଏ
ଥିଲା ସେଇ ଠାରେ ରହି
ଭୟରେ ସବର ବେଲବୃକ୍ଷ ଝାଙ୍କେ
ବାଘ ଯିବ ବୋଲି ଚାଲି
କଞ୍ଚା ମାସଂ ଲୋଭେ ଯାଏନି ସେ ବାଘ
ବେଳବୃକ୍ଷ ମୂଳ ଛାଡି
ବେଲପତ୍ର ଝଡି ଶିବ ଲିଙ୍ଗେ ପଡି
ହୋଇଗଲା ପରିପୂର୍ଣ୍ଣ
ତା ସାଥେ ପଡଇ କାକର ଟୋପା ଯେ
ଜଳ ଲାଗୁ ହେଲା ଜାଣ
ସେ ରାତ୍ରୀ ଯେ ଥିଲା ଶିବ ଚତୁର୍ଦ୍ଦଶୀ
ନଥିଲା ତାକୁତ ଜଣା
ଅଜାଣନ୍ତେ ସିଏ ଉପବାସ କରି
ପୂଣ୍ଯଆତ୍ମାରେ ହେଲା ଗଣା
ଦିବସ ହେବାରୁ ବାଘ ଚିଲିଯାଇ
ବୁଦାମୂଳେ ଥିଲା ଛପି
ସବର ଭାବିଲା ପ୍ରାଣ ବଞ୍ଚିଗଲା
ଆସିଲା ତଳକୁ ଖସି
ବୁଦାରୁ ବାହାରି ମହାବଳ ବାଘ
ସବରକୁ ଗଲା ଖାଇ
ଯମ ଦୁତଗଣି ସବର ପ୍ରାଣକୁ
ଆସି ଗଲେ ତାକୁ ନେଇ
ଯମ ଦୁତ ଗଣ ନାନା କଷ୍ଟ ଦେଲେ
ଚର୍ମ ଚାବୁକରେ ମାରି
ଶିବଙ୍କ ଆଦେଶେ ଶିବଗଣ ଆଶି
ଆତ୍ମାକୁ ଗଲେ ଯେ ଧରି
ଶିବଙ୍କ ଆଶିଷେ ଶିବ ଲୋକେ ରହି
ଶିବଗଣ ହେଲା ଆତ୍ମା
ଏତିକିରେ ସମ୍ପୂର୍ଣ୍ଣ କରୁଅଛି ମୁହିଁ
ଏଇ ଯେ ଜାଗର ମାହାତ୍ମା
ନାମ ‐ ଜଗବନ୍ଧୁ ସାହୁ
ଗ୍ରାମ ‐ ଛଞ୍ଚାଣିଆ ପଲ୍ଲୀ
ଜିଲ୍ଲା ‐ ଗଞ୍ଜାମ
ଭାୟା ‐ ପୋଲସରା
ପୋଷ୍ଟ ‐ ବେଲଗାଁ
ଦୂରଭାଷା ‐ 8780042579




0 Comments