ଆଖିର ଲୁହ ସବୁତକ
ଜମାଟ ବାନ୍ଧୁଥିବ କି ନ ଥିବ
ତାହା ଏକା ତୁମକୁ ଜଣା
ସତେ ବୁଦ୍ଧି ହୋଇଯାଉଥିବ ବଣା।
ନ ଥିବ ପ୍ରେମ ଫ୍ରେମ
ଆଖି ଆଗରେ ଭାଷିଯାଉଥିବ
ଜୀବନ ର ଜବନୀକା କାଳଯମ
ନେଇଯାଅ ପ୍ରଭୁ ସୁଖଭ୍ରମ।
ତମକୁ ତ ପାରେନି ଅନୁଭବ କରି
ତଥାପି ଜୀବନକୁ ଧରିଥାଏ ଆବୋରି
ବିଜୁଳି ଯେସନେ ଆସ ଧାଇଁ
ହଜେଇ ଦେବ ଦିନେଁ ମତେ ଭୁଇଁ।
ସତେ ତ ତୁମେ କେତେ ସରଳ
ତୁମେ ଆସିଲେ ଶୁଭେ କ୍ରନ୍ଦନର ରୋଳ ।
ବୃନ୍ଦାବନ ପ୍ରଧାନ
ବାଉଲସିଂହା ଭଟଲି ବରଗଡ଼




0 Comments