କଥାକାର ମନୋଜ ଦାସ - ନିବେଦିତା ମହାପାତ୍ର



ବାଲେଶ୍ଵର ମାଟିର ଯୋଗ୍ୟ ସନ୍ତାନ
ସାହିତ୍ୟାକାଶରେ ଧ୍ରୃବ
ପଦ୍ମଶ୍ରୀ,ପଦ୍ମ ଭୂଷଣେ ବିଭୂଷିତ
ତୁମେ ଯେ ଶ୍ରେଷ୍ଠ ସାଧକ ।

ଦେବୀ ସରସ୍ଵତୀଙ୍କ କୃପାରୁ ସାଜି
ଉତ୍କୃଷ୍ଟ ଭାଷା ବିନ୍ଧାଣି
ସୃଜିଣ ସମୃଦ୍ଧ ଗଳ୍ପ ଉପନ୍ୟାସ
ହୃଦୟକୁ ନେଲ ଜିଣି।

ଓଡ଼ିଆ ସାହିତ୍ୟେ ବିଷ୍ଣୁ ଶର୍ମା ନାମେ 
ହୋଇ ତୁମେ ପରିଚିତ
ନିଆରା ଶୈଳୀରେ ରଚିଲ କବିତା
"ଶତାବ୍ଦୀର ଆର୍ତ୍ତନାଦ"।

ତବ ଲେଖନୀର କାଳଜୟୀ ସୃଷ୍ଟି
"ଲକ୍ଷ୍ମୀର ଅଭିସାର"
"ଶେଷ ବସନ୍ତର ଚିଠି","ଆରଣ୍ୟକ"
କାହାଣୀ "ବିଷ କନ୍ୟା"ର।

"ସମୁଦ୍ରର କ୍ଷୁଧା" , "ଜୀବନର ସ୍ବାଦ"
ଲେଖିଲ କେତେ କାହାଣୀ
"ଧୂମ୍ରାଭ ଦିଗନ୍ତ"ରେ ଶୁଣାଇ ଦେଲ
ତୁମରି ମଧୁର ବାଣୀ।

"କଥା ଓ କାହାଣୀ" ସୃଜନେ ଲଭିଲ
କେନ୍ଦ୍ର ସାହିତ୍ୟ ସମ୍ମାନ
"ଅମୃତ ଫଳ" ଉପନ୍ୟାସ ନିମନ୍ତେ
ସରସ୍ବତୀ ସନମାନ।

"ସାହିତ୍ୟ ଭାରତୀ","ଶାରଳା ସମ୍ମାନ"
ଅତିବଡ଼ି ଉପାଧିରେ
"ଉତ୍କଳ ରତ୍ନ" ପାଇ ଅର୍ଜିଲ ଖ୍ୟାତି
ଏ ସାହିତ୍ୟ ଜଗତରେ।

ଇଂରାଜୀ ହେଉ ଅବା ଶିଶୁ ସାହିତ୍ୟ
ସବୁଥିରେ ତୁମେ ଦକ୍ଷ
ଅମଳିନ ତୁମ ପ୍ରତିଭାର କୁହ
କିଏ ହେବ ସମକକ୍ଷ।

ଓଡ଼ିଆ ସାହିତ୍ୟ ଶ୍ରେଷ୍ଠ କଥାକାର 
ନିରବିଲ କାହିଁ ଆଜି
ଏବେ ବି ଜିଜ୍ଞାସା ପଢିବାକୁ ତୁମ
ଅଦ୍ୱିତୀୟ ସୃଷ୍ଟି ରାଜି।

ଭାଷା ଜନନୀର ହୃଦ ଗଳାହାର
ପ୍ରେରଣାର ଗନ୍ତାଘର
ଝୁରୁଛୁ ଝୁରିବୁ ତୁମକୁ ଯେ ସଦା
ହେ ଶବ୍ଦର କାରିଗର।

ନିବେଦିତା ମହାପାତ୍ର
ମୁକୁନ୍ଦ ମିଶ୍ର ନଗର ପୁରୀ

Post a Comment

0 Comments