ଅଳସୀ ପ୍ରିୟା - ଜଗବନ୍ଧୁ ସାହୁ




ଜାଗର ରାତିଟା        ଉଜାଗର ଗଲା
       ଫଗୁଣ ଆସିଲା ଚାଲି
ଅଳସୀ ପ୍ରିୟାର          ମନ ଛନ ଛନ
     ଖେଳିବ ବୋଲି ଯେ ହୋଲି ।

ରଙ୍ଗକୁ ଦେଲାଣି       ଏବେଠୁ ବଇନା
     ଦେବାକୁ ମୋ ଦେହେ ବୋଳି
ରଙ୍ଗ ପିଚିକାରୀ     ହାତରେ ସେ ଧରି
      ଆସୁଛି ଯେ ହୋଲି ଖେଳି ।

ଅଳସୀ ପ୍ରିୟାର          ମନକୁ ପଢି ମୁଁ
         ହୃଦୟରୁ ଲେଖି ଦେଲି
ଫୁଲ ପାହାଡରେ ତା'ପାଇଁ ଏବେଠୁ
         ଘରଟିଏ ଦେଲି ତୋଳି ।

ଫଗୁଣର ଦେହେ       ରଙ୍ଗ ଅବିରରେ
        ନାମ ତୋର ଲେଖି ଦେଲି
ଅଳସୀ ପ୍ରିୟାର     ଓଠେ ଚୁମା ଦେଇ
        ଭାବନାରେ ହଜିଗଲି ।


ଗ୍ରାମ ‐ ଛଞ୍ଚାଣିଆ ପଲ୍ଲୀ 
ଜିଲ୍ଲା ‐ ଗଞ୍ଜାମ
ଭାୟା ‐ ପୋଲସରା
ପୋଷ୍ଟ ‐ ବେଲଗାଁ
ଦୂରଭାଷା ‐ 8780042579

Post a Comment

0 Comments