ଜାଗର ରାତିଟା ଉଜାଗର ଗଲା
ଫଗୁଣ ଆସିଲା ଚାଲି
ଅଳସୀ ପ୍ରିୟାର ମନ ଛନ ଛନ
ଖେଳିବ ବୋଲି ଯେ ହୋଲି ।
ରଙ୍ଗକୁ ଦେଲାଣି ଏବେଠୁ ବଇନା
ଦେବାକୁ ମୋ ଦେହେ ବୋଳି
ରଙ୍ଗ ପିଚିକାରୀ ହାତରେ ସେ ଧରି
ଆସୁଛି ଯେ ହୋଲି ଖେଳି ।
ଅଳସୀ ପ୍ରିୟାର ମନକୁ ପଢି ମୁଁ
ହୃଦୟରୁ ଲେଖି ଦେଲି
ଫୁଲ ପାହାଡରେ ତା'ପାଇଁ ଏବେଠୁ
ଘରଟିଏ ଦେଲି ତୋଳି ।
ଫଗୁଣର ଦେହେ ରଙ୍ଗ ଅବିରରେ
ନାମ ତୋର ଲେଖି ଦେଲି
ଅଳସୀ ପ୍ରିୟାର ଓଠେ ଚୁମା ଦେଇ
ଭାବନାରେ ହଜିଗଲି ।
ଗ୍ରାମ ‐ ଛଞ୍ଚାଣିଆ ପଲ୍ଲୀ
ଜିଲ୍ଲା ‐ ଗଞ୍ଜାମ
ଭାୟା ‐ ପୋଲସରା
ପୋଷ୍ଟ ‐ ବେଲଗାଁ
ଦୂରଭାଷା ‐ 8780042579




0 Comments