ସିମି ପରା ଏବେ ବଡ ହେଲାଣି - ସୌଭାଗ୍ଯଲକ୍ଷ୍ମୀ ପରିମାଣିକ



ସିମି ଏବେ ଆଉ କାଇଁ ଜମା କାନ୍ଦୁନି
ଆଜିକାଲି ଅଳି ଅଝଟ ବି କରୁନି
ଆଉ ଜିଦିଆପଣ ତ' ଭୁଲିଗଲାଣି
କାହାକୁ କିଛି ଏବେ ବରାଦ୍ କରୁନି
ସିମି ପରା ଏବେ ବଡ ହେଲାଣି (୧)

ଫୁଲେଇରାଣୀ ର ନଖରା ହଜିଗଲାଣି
ସବୁ ଦୁଷ୍ଟାମୀ ର ରଂଗ ଲିଭିଗଲାଣି
ମାନ ଆଉ ଅଭିମାନ ମନୁ ପୋଛିଦେଲାଣି
କାହିଁକି କେଜାଣି କିଛି ସିଏ କହୁନି
ସିମି ପରା ଏବେ ବଡ ହେଲାଣି (୨)

ବୋଉ ର ରିତୀମତ ଅଭିଯୋଗ କିଆଁ ଆସୁନି
ଭାଇ ର ଶାସନ ଓ ନାନୀର ଆକଟ ଆଉ ଶୁଭୁନି
ସିମି ର ଲୁହକୁ ଆଉ ବାପାଙ୍କ ହାତ ପୋଛିପାରୁନି
ଏବେ କୁଆଡେ ତା' ବାପାଙ୍କ ଠିକଣା ବଦଳିଗଲାଣି
ସିମି ପରା ଏବେ ବଡ ହେଲାଣି (୩)

ବାପାଙ୍କଠୁ ଗପ ନ ଶୁଣି ସିମି ଶୋଇପାରୁନି
ବାପାଙ୍କୁ ତା'ର ସେ ଖୋଜି ଆଉ ପାଉନି
ମେଘୁଆ ଆକାଶରେ ତା'ବାପାଙ୍କ ଦେଖା ମିଳୁନି
କାରଣ ବାପା ତା'ର ଜହ୍ନ ତାରା ଭିତରେ ହଜିଗଲେଣି
ସିମି ପରା ଏବେ ବଡ ହେଲାଣି (୪)

ଏବେ ସେ ଆଖିଲୁହ ପୋଛି ହସିବା ଶିଖିଗଲାଣି
ଯେଉଁ ସିମି ଦିନେ ଅନ୍ଧାରକୁ ଭୟ କରି ଯାଏନି
ସେଇ ସିମି ଆଜି ଅନ୍ଧାରେ ସମୟ କଟେଇଲାଣି
ନିଷ୍ପ୍ରଭ କଠୋରୀ କୁ ତା'ର ସାଙ୍ଗସାଥି କଲାଣି
ସିମି ପରା ଏବେ ବଡ ହେଲାଣି (୫)

(ବାପାଙ୍କ ସ୍ମୃତି ରେ ବାପାଙ୍କ କୁନିଝିଅ ସିମି)

ସୌଭାଗ୍ଯଲକ୍ଷ୍ମୀ ପରିମାଣି

ବାଙ୍କୀ,କଟକ


Post a Comment

0 Comments