ଭଦ୍ରକ ଜିଲ୍ଲାର ଭଦ୍ରକାଳୀ ପୀଠେ
ଘୋଡ଼ାନାଚ ବଡ଼ ଖ୍ୟାତ,
କୈବର୍ତ୍ତ ଜାତିର ପ୍ରଧାନ ପରବ
ଚଇତି ମେଲଣ ଯାତ....।
ଚଇତି ପୁନେଇଁ ତିଥିରୁ ଆରମ୍ଭ
ପ୍ରସିଦ୍ଧ ପରବ ଏହି,
ମଙ୍ଗଳ କରନ୍ତି ଇଷ୍ଟଦେବୀ ମାତା
ବାସୁଳୀ କରୁଣାମୟୀ....।
ବହୁ ଆଡ଼ମ୍ବରେ ହୁଅଇ ମେଲଣ
ଗ୍ରାମେ ଗ୍ରାମେ ସ୍ଥାନେ ସ୍ଥାନେ,
ନୂଆଲୁଗା ପିଠାପଣା ଦେଖି ଖୁସି
ଭାଇ ବନ୍ଧୁ ପରିଜନେ....।
ଦେଖଣାହାରୀଙ୍କ ମନରେ ଆନନ୍ଦ
ଘୋଡ଼ାନାଚ ହେଲା ବେଳେ,
ନାବପୂଜା ବିଧି ଅଟଇ ସ୍ବତନ୍ତ୍ର
ଯୁଗେ ଯୁଗେ କାଳେ କାଳେ ।
ଡ଼ଃ ପ୍ରତୀକ କୁମାର ପାହି
ଯାଜପୁର




0 Comments