ବାରମାସେ ତେର ପରବ ପାଳନ
ଉତ୍କଳ ପ୍ରଦେଶେ ହୁଏ
ବଇଶାଖ ଶୁକ୍ଳ ତୃତୀୟା ତିଥିରେ
ଅକ୍ଷୀ ମୁଠି ବୁଣାଯାଏ (ଘୋଷା )
କୃଷକ ଘରଣୀ ବଡି ଭୋରୁ ଉଠି
ଦାଣ୍ଡ ଲିପେ ଗୋମୟରେ
ଝୋଟି ଚିତା ଦେଇ ପୂର୍ଣ୍ଣ କୁମ୍ଭ ରଖେ
ନୂଆ ଧାନ ଟୋକେଇରେ
ଚନ୍ଦନ ସିନ୍ଦୂର ଟୋକେଇରେ ଦିଏ
ବିହନେ ହଳଦୀ ଦିଏ
ବଇଶାଖ ଶୁକ୍ଳ........ l୧l
ଶଙ୍ଖ ହୁଳହୁଳି ପ୍ରଙ୍କପିତ ହୁଏ
ଧୂପ ଦୀପ ଜଳୁ ଥାଏ
ପିଠା ପଣା କରି ଗଉଣୀର ରଖେ
ଆନନ୍ଦିତ ହେଉ ଥାଏ
ନବ ବସ୍ତ୍ର ପିନ୍ଧି କୃଷକ ଭାଇ ତ
କ୍ଷେତକୁ ବାହାରି ଯାଏ
ବଇଶାଖ ଶୁକ୍ଳ........l୨l
ଐଶାନ୍ୟ କୋଣରେ ନଇବେଦ୍ୟ ଦେଇ
ହଳ ବୁଲାଇଣ ଥାଏ
ମୁଠା ମୁଠା ଧାନ କିଆରୀରେ ବୁଣେ
ଅକ୍ଷୀ ମୁଠି କୁହା ଯାଏ
ଅନ୍ନପୂର୍ଣ୍ଣା ଦେବୀ ଲଷ୍ମୀ ଠାକୁରାଣୀ
ଆରାଧନା କରି ଥାଏ
ବଇଶାଖ ଶୁକ୍ଳ.........l୨l
ଆଜିର ଦିନରେ ପର୍ଶୁରାମ ଜନ୍ମ
ଜୟଦେବ ଜନ୍ମ ଦିନ
ମାତା ସୀତା ଜନ୍ମ ଭୂମିରୁ ହୋଇଲେ
ଜନକ ଆନନ୍ଦ ମନ
ରଥ କାଠ ଅନୁକୂଳ ହୋଇ ଥାଏ
ଚନ୍ଦନ ଯାତରା ହୁଏ
ବଇଶାଖ ଶୁକ୍ଳ.......... l୩l
ବିନା ପାଞ୍ଜି ଦେଖି କାର୍ଯ୍ୟ କରା ଯାଏ
ଅକ୍ଷୟ ତୃତୀୟା ଦିନ
ସବୁ କାମ ଶୁଭ ଫଳ ଦେଇ ଥାଏ
ଆମ ସଂସ୍କୃତି ମହାନ
ଆମ ପରମ୍ପରା ଆମର ଗୌରବ
ଭାଇ ଚାରା ଶିକ୍ଷା ଦିଏ
ବଇଶାଖ ଶୁକ୍ଳ............ l୪l
ଗାନ୍ଧିନଗର
ପୋଷ୍ଟ /ଜିଲ୍ଲା : ନବରଙ୍ଗପୁର



0 Comments