ହୀନ ପାୈରୁଷତ୍ବ - ବିଶ୍ବଜିତା ବରାଳ

 

 
ମିଠା ମିଠା କଥାକହି
କଳେ ବଳେ କାୈଶଳେ
ଆପଣେଇ ଥିଲ 
ଦେହର ଭୋକଟା
ମରିଗଲା ପରେ 
ମନଟା ଏମିତି ହେଲା କାହିଁକି?

ବିବସ୍ତ୍ର କଲାବେଳେ ,
ପ୍ରକମ୍ପିତ ହେଲାନି ତ ହସ୍ତଦ୍ବୟ ?
ନିବିଡ଼ ଆଶ୍ଳେଷ ବେଳେ 
ବିବେକ ତ ବାଧାଦେଲା ନାହିଁ ?
କାମନାର ତୃଷା ମେଣ୍ଟିବା ପରେ
କାହିଁ ଗଲା ସେ ପାୈରୁଷତ୍ବ ?

ହସି ହସି ସମର୍ପି ଥିଲା 
ନୀରିହ ଝିଅଟି 
ତା'ର ଭରା ଯାୈବନକୁ ।
ଉନ୍ମୁକ୍ତ କୁନ୍ତଳ ବିମ୍ବୋଷ୍ଠରେ
ଭରିଥିଲ ଉଷୁମ ଚୁମ୍ବନ
ଗାଢ଼ରୁ ଗାଢ଼ତର ଥିଲା ତା'ର
ଗୋଲାପି ଗଣ୍ଡରେ ।

 ଅଭିଶପ୍ତ ବାସନାକୁ କରି ଆପଣାର
  ସ୍ୱର୍ଗୀୟ ସୁଖକୁ ବିଚ୍ଛୁରିତ କରେ
    କଣ୍ଟକିତ ଶଯ୍ୟାରେ ।
      ଉର୍ଦ୍ଧ୍ବ ମୁଖେ ଚିନ୍ତାଗ୍ରସ୍ତେ
      ଲୋଟାଇ ଦିଏ ନିଜକୁ
       ଅବଶ ଦେହରେ ।
       
ଖିନଭିନ୍ କଲ ଫୁଙ୍ଗୁଳା ଶରୀର 
ଆଉ ନିଟୋଳ ବକ୍ଷୋଜକୁ ହସ୍ତେ
ଚାପଦେଇ ଆକଣ୍ଠ ମଧୁ 
ପାନ କରି ପାଇଲା ସେ ଚରମ ତୃପ୍ତି 
ପ୍ରଣୟର ମଧୁଲଗ୍ନରେ 
ହଜି ଯାଇଥିଲା
 ଦୁଇଟି କାମାତୁରା ମନ ।
 
ବାହୁ ବନ୍ଧନର ଉଷୁମ ଆଲିଙ୍ଗନରେ
ଏକନିଷ୍ଠ ଆତ୍ମୀୟତା 
ଭୋଗକଲେ ଦୁହେଁ ।
କିନ୍ତୁ ଯେତେବେଳେ
ସାଉଁଟିଲି ବସି ସେହି
ପ୍ରଣୟର ମେଘ ମହ୍ଲାରକୁ ,
ମନ କହିଲା - 
କାହିଁ... କାହିଁ ଗଲ ମୋର
କାମାନ୍ଧ ବେଲଜ୍ଜା ପୁରୁଷ ?

ନର ମାଂସ ଲୋଭି କୁକୁର
ଖାଇ ଖାଇ କ୍ଷୁଧା ମେଣ୍ଟାଅ
ଯଦି ପେଟ ନପୁରୁଛୁ ତାହାଲେ
ଶୋଷି ପିଇଯାଅ ସବୁ ରକ୍ତ
ଆତ୍ମ ତୃପ୍ତ ହୁଅ ।

କାମନାର ବହ୍ନି ଲିଭିଗଲା ପରେ
ଅଲୋଡ଼ା ଶରୀରକୁ ଫିଙ୍ଗି ଦେଇ
ବୋଧେ ଆଉ କେଉଁ ନବଯୌବନା
ତରୁଣୀର ସାନ୍ନିଧ୍ୟ ଆଶାରେ 
ଚେଷ୍ଟାରତ ସିଏ ।

ଛିଃ ! ଏତେ ନିଚମନା ?
ପ୍ରେମର ସଜ୍ଞା କ'ଣ କେବଳ
ଶରୀରର ଭୋକ ମେଣ୍ଟାଇବା ?
ଘୃଣାରେ ଛେପ ପକାଇବାକୁ ବି
ଲାଜ ଲାଗେ ମତେ 
ଧିକ ତମର ବଳିଷ୍ଟ ପୌରୁଷକୁ ।

ଚରିତ୍ରହୀନତା ଭିତରେ
ଥାଇପାରେ ମହତ୍ତ୍ଵ
ପାପ ଭିତରେ ମୋକ୍ଷ
ଥାଇ ପାରେ ଗାୈରବ ।


 ବିଶ୍ବଜିତା ବରାଳ 
 ପୁରୀ




Post a Comment

0 Comments