ଜହ୍ନ ରାଇଜରେ ତୋଳିବା ଘର - ଜଗବନ୍ଧୁ ସାହୁ



ଘରଟିଏ ଚାଲ     ତୋଳିବାଗୋ ସଖି
         ଜହ୍ନ ରାଇଜରେ ଯାଇ
ସଖା ସଖି ହୋଇ     ଖେଳୁଥିବା ନିତି
       ତାରାଙ୍କ ମେଳରେ ରହି

ବଉଦ ସାଙ୍ଗରେ    ବସିବା ଗୋ ମିତ
        ଗାଇବା ପ୍ରେମ ରାଗିଣୀ
ମୁଁ ହେବି ତୁମର       ହୃଦୟର ରାଜା
       ତୁମେ ମୋର ମନ ରାଣୀ

ପାରିଜାତ ଆଣି      ଗଭାରେ ତୁମର
        ବାନ୍ଧିବି ବଉଳ ବେଣୀ
ସୁଖେ ଥିବ ସଖି    ହୃଦୟରେ ମୋର
        ସାଜି ମୋ ହୃଦୟ ରାଣୀ

ନାମ ‐ ଜଗବନ୍ଧୁ ସାହୁ
ଗ୍ରାମ ‐ ଛଞ୍ଚାଣିଆ ପଲ୍ଲୀ 
ଜିଲ୍ଲା ‐ ଗଞ୍ଜାମ
ଭାୟା ‐ ପୋଲସରା
ପୋଷ୍ଟ ‐ ବେଲଗାଁ
ଦୂରଭାଷା ‐ 8780042579

Post a Comment

0 Comments