ରଙ୍ଗମଞ୍ଚ - ଜଗବନ୍ଧୁ ସାହୁ




ସଂସାର ହାଟରେ   ଏ ରଙ୍ଗମଞ୍ଚରେ
        ଅଭିନୟ କରୁ କରୁ
ଫେରିବାକୁ    ହେବ ଅଭିନୟ ସାରି
        ଆସିଥିଲେ ଯେଉଁଠାରୁ। 

ଏ ରଙ୍ଗମଞ୍ଚରେ  କେବେ ପୁତ୍ର କାର
       କେବେ ସ୍ବାମୀ ବନ୍ଧୁ ସଖା
କେବେ କାର ଭାଇ କେବେ କାର ପିତା
        ଯାହା ନାଟକରେ ଲେଖା ।

ଏ ରଙ୍ଗମଞ୍ଚର       ନିର୍ଦ୍ଦେଶକ ସେଇ
        ସ୍ବୟଂ ପ୍ରଭୁ ନାରାୟଣ
ଆସିବା ସମୟେ  ମାତାର ଗର୍ଭରେ
      ଦେଇ ଥିଲେ ସବୁ ଜ୍ଞାନ ।



 ଜଗବନ୍ଧୁ ସାହୁ
ଗ୍ରାମ ‐ ଛଞ୍ଚାଣିଆ ପଲ୍ଲୀ 
ଜିଲ୍ଲା ‐ ଗଞ୍ଜାମ
ଭାୟା ‐ ପୋଲସରା
ପୋଷ୍ଟ ‐ ବେଲଗାଁ
ଦୂରଭାଷା ‐ 8780042579

Post a Comment

0 Comments