ସୁପ୍ତ ମଣିଷ ତ କୋଢିଆ ନାଗର
ନିଦ୍ରାର ମାଧ୍ୟମ ନେଇ
ଶୋଇ ରହିଥାଏ ଭାଳି ହେଉଥାଏ
ଜୀବନକୁ ନିନ୍ଦି ହେଇ
ଆଉ ଟିକେ ଯାଉ ଆଉ ଟିକେ ଯାଉ
କରିଦେବି ଏହି କାମ
ଟିକେ ଟିକେ ପରେ ସବୁ ଚାଲିଯାଏ
ନଥାଏ କାମର ନାମ
ଏମିତି ମଣିଷ ନିଜ ପାଇଁ ଭୁଲ
ଅନ୍ୟ ପାଇଁ ଭୟ ଟିଏ
ନିଜ କ୍ଷତି ଟିକୁ ନିଜେ ବୁଝି ଯାଇ
ଆଉ କା'କୁ ମାରିଦିଏ
ମନରୁ ଦୁର୍ବଳ ହେଇ ଏହି ଲୋକ
ଶରୀର ଦୁର୍ବଳ କରେ
ଶୋଇ ଶୋଇ କରି କ୍ଷୀଣ ଶରୀରକୁ
ପୃଥୁଳ କରିକି ମରେ
ଜଡ଼ ବସ୍ତୁ ପରି ଏହି ମଣିଷଟି
ବଞ୍ଚି କରି ମୃତ ପ୍ରାୟ
ସେହି ଜୀବନ ବା କେଉଁ କାମେ ଲାଗେ
ଦୁଃଖ କରେ ନିତି ଆୟ
*ନବ କୁମାର ଦାସ*
*ସୁରଡ଼ିହା ,ବାଲିଆପାଳ ,ବାଲେଶ୍ୱର*




0 Comments