ବହୁ ପାଖରେ ମୁଁ ଦେଖିଛି ମୃତ୍ୟୁର ଉପତ୍ୟକା କୁ
ଚିରନ୍ତନ ପ୍ରୟାସ କରୁଛି
ଲଙ୍ଘିବାକୁ ମୃତ୍ୟୁର ଜଳେ ପହଁରି ପହଁରି ।
ଜାଗ୍ରତ ପ୍ରହରୀର ଚାବୁକ ମାଡରେ
ମୁଁ ଅସହାୟ ହୋଇପଡେ
ମୋ ଜୀବନ କୁ ଡରି ଡରି ॥
ଏ ସଂସାର ନାଟକରେ
କିଏ ଯେ କେତେବେଳେ
ଚାଲିଯିବ ଅଭିନୟ କରି ।॥
ଜାଣିଛି ହେଲେ କ'ଣ ବା କରିବି
ସଂଗ୍ରାମ କରୁଛି
ନିସଙ୍ଗ ପଦାତିକ ପରି ।
ବୃନ୍ଦାବନ ପ୍ରଧାନ
ବାଉଳସିଂହା, ଭଟଲି, ବରଗଡ଼




0 Comments