କେତେ ଆସ୍ କରିଥିଲି ମାମୁଁ
ବିହା ହେମି ତମର୍ ଝି'କେ,
କାଏଁ ହେଲା ଯେ ପଟି ମାରିଦେଲ
ତମର୍ ସୁନୁରା ଭଣଜା'କେ ।
ପହେଲା ମତେ ହଁ ବଏଲେ
ଦେମି କହିଥିଲ ତମର୍ ଝି'କେ,
ତେହେରୁ କାଏଁଟା ହେଲା ଯେ
ମନା କରିଦେଲ ଆମ୍'କେ ।
ଦିନେ ଦେଖେଇଦେଲ ଲାଲ୍'ଟିନ୍
ମିଠା,ମିଠା କଥା କହିଁ,
କେନ୍ତା ବତାମି ତମର୍ ଝି'କେ
କେତେ ଭଲ୍ ପାଉଥିଲି ମୁଇଁ ।
ଟେଙ୍ଗ୍'ଟା ମାନଙ୍କର ଲେଖେ
ରଙ୍ଗ୍ ବଦଲେଇ ଦେଲ ତମେ,
କେନ୍ତା ବତରେ ଖେଳ୍ ଖେଳ୍'ଯେ
କିଛି ନାଇଁ ଜାନି ପାର୍'ଲୁ ଆମେ ।
କାଏଁ ହେଲା ଯେ ମାମୁଁ ଗୋ
ତମର୍ ଝିଁ ଠାନୁ କରିଦେଲ ପର୍,
କେତେ ବିଶ୍ବାସ୍ କରିଥିଲି ତମ୍'କେ
କହିକରି ଆମର୍ ନିଜର୍ ।
ରସି ତମେ ଛିଡେଇ ଦେଲ
ତମର୍ ଆମର୍ ପେରେମ୍ ଭାବର୍,
ତମର୍ ଘର୍'କେ ଏଛେନ୍ ଯିବାର୍'କେ
ମତେ ଲାଗୁଛେ ବଡା ଡର୍ ।
ପିଙ୍କୁ ରଣବିଡା
ଜିଲ୍ଲା-ସମ୍ବଲପୁର, ଠେମରା




0 Comments