ୟାସ୍ ପାଇଁଁ ସତର୍କ - ଦିଲ୍ଲୀପ୍ କୁମାର ନନ୍ଦୀ


ୟାସ୍ ଝଡ଼ଟା ଆସୁଅଛି ଭାଇ
ଯାଅନାହିଁ କେହି ଡରି
ଧର୍ଯ୍ୟର ସହ କର ମୁକାବିଲା
ଛାତିକୁ ଦମ୍ଭ କରି।।

ଯୋଗାଡ଼ି ରଖିଥା ଚୁଡ଼ା ଗୁଡ଼ ଦାନା
ହାତରେ ଟର୍ଚ୍ଚ ଧରି
ଯୋଗାଡ଼ି ରଖିଥା ଯତ୍ନ କରି ବସ୍ତ୍ର
ଦିଆସିଲି ଆଉ ଡିବିରି।।

କଚା଼ ଘର ଛାଡ଼ି ପକ୍କା ଘର ଦେଖି
ନିଅ ହେ ବନ୍ଧୁ ଆଶ୍ରୟ
ଏହି ସମୟରେ କର ନାହିଁ ଭୟ
ରଖିଥାଆ ସବୁ ଲୟ।।

ଗୋରୁଗାଈ ଜୀବ ରଖ ସୁରକ୍ଷିତ
ନିରାପଦ ସ୍ଥାନ ଦେଖି
ଘରେ ରଖିଥିବା ପଶୁ ଅବା ପକ୍ଷୀ
ରଖିବ ସ୍ଥାନ ପରକ୍ଷୀ।।

ବାହାରେ ବୁଲନି ବଗିଚା ଯାଅନି
ବୃଦ୍ଧ ବୃଦ୍ଧାଙ୍କୁ ଟିକେ ଦେଖ
ରୋଗୀ ଦୁସ୍ଥ କେହି ନ ପଡ଼ୁ ଵିପଦେ
ଏ କଥାକୁ ମନେ ରଖ।।

ପରସ୍ପର ସହ ସହଯୋଗ ହାତ
ବଢ଼ାଇ ନିଅ ହେ ଭାଇ
ପଙ୍ଗୁ କି ଅଥର୍ବ ଅବା ଗର୍ଭବତୀ
ନ ଯାଏ ଯେମିତି ରହି।।

ସାଇତି ରଖିଥା ପାନୀୟ ଜଳକୁ
ଦୁଇ ଚାରିଦିନ ପାଇଁ
ଦୂରତା ରଖିଥା ମହାମାରୀ ଦେଖି
ନିଜେ ନିଜ ମଧ୍ୟେ ରହି।।

ସଭିଏଁ ସଭିଙ୍କୁ କର ସହଯୋଗ
ସଭିଏଁ ଆମ ନିଜର
କିଏ ଶତୃ କିଏ ଭାବନାହିଁ ମିତ୍ର
କେହି ନୁହେଁ ଏଠି ପର।।


ଧର୍ମଶାଳା, ଯାଜପୁର
ଦୂରଭାଷ:--୯୭୭୮୩୯୩୨୨୫

Post a Comment

0 Comments