ଏଇ ଚିକ ମିକ ତାରା ,ଜହ୍ନ
ଆଉ ଆକାଶ ତଳେ
ଆମ ପ୍ରେମର ତାଜମହଲ
ତୁମ ଆଞ୍ଜୁଳା ଭିତରେ
ଛାଇ ,ଆଲୁଅର ସ୍ବପ୍ନ
ଗୋଟି ଗୋଟି ଶ୍ରଦ୍ଧା ସୁମନ
କେଜାଣି
କେଉଁ ଏକ ଯୁଗରୁ
ତୁମର ଓ ମୋର ପରିଚୟ .....ll
ଥରେ ପଚାରନା ଏ ଜହ୍ନକୁ
ଗୋଟି ଗୋଟି ତାରାକୁ
ଏ ଖଣ୍ଡିଉଡ଼ା ମେଘକୁ
ଆଉ ଏ ରାତିକୁ
କିଏ କାଳେ କହି ପାରିବ
ଆମ ଆରମ୍ଭ ଆଉ ଶେଷ ଭିତରେ
ପ୍ରେମ ଏକ ଜିଇଁବାର ନିଶା
ନିସ୍ଵାର୍ଥପର ଜୀବନ
ତୁମ ଆଞ୍ଜୁଳାର ଶ୍ରଦ୍ଧା ସୁମନ ....ll
ସତରେ ,
ଏ ଝରଣା ଯେମିତି ଝରେ
ଏ କୋଇଲି ଯେମିତି ଗୀତ ଗାଏ
ଏ ପ୍ରଜାପତି ଯେମିତି ଫୁଲକୁ ଚୁମେ
ସବୁ ଆମ ପ୍ରେମର
ହଜିବା ପାଇବାର ଆଲୋଡନ
ତୁମ ଆଞ୍ଜୁଳାର ଶ୍ରଦ୍ଧା ସୁମନ .....ll
ନବ କୁମାର ଦାସ
ସୁରଡ଼ିହା ,ବାଲିଆପାଳ ,ବାଲେଶ୍ୱର




0 Comments