ଆସ ଫେରି ଯିବା ଗାଆଁକୁ
କେତେ ମୋନହର ଗାଆଁ ମୋର
ସହର ଆଜି ଲାଗୁଛି ବିଷ
ସମସ୍ତେ ଲାଗନ୍ତି ସ୍ଵାର୍ଥପର
ବିପଦ ସମୟରେ ସାହା କିଏ ନାହିଁ
ଯିଏ ଅଛନ୍ତି ସବୁ ସ୍ଵାର୍ଥପର
ଏମିତି କଥାରେ ଗୁଣି କରିବେ
ଲାଗନ୍ତି ସେ ଅତି ଆପଣାର
ଗାଁ ବିଲ ବଣ ପୋଖରୀ ତୁଠ
ସବୁଜିମା ମୋ ଗାଁ ଶସ୍ୟ କ୍ଷେତ
ଚାନ୍ଦିନୀ ପାଖ ବଉଳ ଗଛରୁ
ଭାସି ଆସୁଛି ମଧୁର ବାସ୍ନା
ସନ୍ଧ୍ୟା ବେଳେ ସେ କିର୍ତ୍ତନ ମଣ୍ଡପ
ଗିନି, ମୃଦଙ୍ଗ ସନ୍ଧ୍ୟା ଆରତୀ
ଡାକି ନେଉଛି ମୋତେ ଗାଆଁକୁ
ଫେରି ଯିବି ଆଜି ମୁଁ ଗାଆଁ କୁ
ଫଗୁଣ ଋତୁ କୋଇଲି ଗାଏ
ପ୍ରେମ ଗୀତ ଗାଁ ଶେଷ ବଣରେ
ବୋଉ ହାତ ରନ୍ଧା ମାଛ ଭଜା
କେରାଣ୍ଡି ରାଇକୁ ମାଣ୍ଡିଆ ଜାଉ
ଡାକି ନେଉଛି ମୋତେ ଗାଆଁକୁ
ଫେରି ଯିବି ଆଜି ମୁଁ ଗାଆଁ କୁ
ଗଭୀର ପାଟରେ ଲୁଚକାଳି
ଖେଳୁଅଛନ୍ତି ବିହଙ୍ଗ ମାଳ
ମନ ମୋର ଆକୃଷ୍ଟ ହେଲାଣି
ଆସିବା ପାଇଁ ଗାଆଁକୁ ମୋର
ଗାଆଁ ଶେଷରେ ଅଛନ୍ତି ଦେବୀ
ମାଁ ଗ୍ରାମ୍ୟ ଦେବୀ ସିଦ୍ଧ ଠାକୁରାଣୀ
ତାଙ୍କ ନିକଟରେ ମୋର ପ୍ରଣାମ
ଆସୁଅଛି ମାଁ ତୋହରି ପାଶ୍ଵେ
ଡାକୁଛି ମୋତେ ମୋ ଗାଁଆ ମାଟି
ଫେରି ଯିବି ଆଜି ମୁଁ ଗାଆଁକୁ।
ପବିତ୍ର ବେହେରା
୭୭୮୮୮୮୬୬୦୨
ବାହାଲପୁର, ଗଞ୍ଜାମ




0 Comments