ଅପେକ୍ଷା - ତପନ କୁମାର ସାହୁ

ଦୁଃଖୀ କରିଥାଏ ସୁଖର ଅପେକ୍ଷା
କଇଁର ଆଖି ରେ ଜହ୍ନ,
ଯଶୋଦା ମା ଅପେକ୍ଷା କରିଛି
କେବେ ଫେରିବ ତା କାହ୍ନା ।।(୧)

ଫୁଲ କରିଥାଏ ଭଅଁର ଅପେକ୍ଷା
ଚାଷୀ ଅପେକ୍ଷାରେ ଶ୍ରାବଣ,
ରାଧା ଅପେକ୍ଷାରେ କାହ୍ନୁ ବଂଶୀ ସ୍ଵନ
ମନ ହୁଏ ଭାବ ପ୍ରବଣ ।।(୨)

ମୟୂର ଥାଏ ମେଘ ଅପେକ୍ଷାରେ
ପାଦେ ବାନ୍ଧିକି ନୂପୁର,
ଭକ୍ତ କରିଥାଏ ଦର୍ଶନ ଅପେକ୍ଷା
ଥାଳିରେ ଚନ୍ଦନ କର୍ପୁର ।।(୩)

ଯୌବନ କରଇ ପ୍ରେମ ର ଅପେକ୍ଷା
ବିବାହ ପରେ ସନ୍ତାନ,
ଧନ ଥାଇ ଧନୀ ଖୋଜଇ ଧନ
ଲାଳସା ମୁକ୍ଷ୍ୟ କାରଣ ।।(୪)

କୁଳ କରିଥାଏ ଲହଡ଼ି ଅପେକ୍ଷା
ବାଇ ବସା ଖୋଜେ ପବନ,
ଦୁନିଆ ଜଞ୍ଜାଲେ ଉବୁଡୁବୁ ହୋଇ
ଶାନ୍ତି ଖୋଜେ ଏଠି ଜୀବନ ।।(୫)

ଛୁଆ କରିଥାଏ ମା କୁ ଅପେକ୍ଷା
ଭୋକ ପେଟ ଖୋଜେ ଭୋଜନ,
ବୃଦ୍ଧ କରିଥାଏ ମୃତ୍ୟୁ କୁ ଅପେକ୍ଷା
ତୁଣ୍ଡେ ଥାଏ ହରି ଭଜନ ।।(୬)

ତପନ କୁମାର ସାହୁ,
ବେଲଗାଁ, କଳାହାଣ୍ଡି
ମୋ.୯୦୧୯୩୧୧୮୬୮

Post a Comment

0 Comments