ମୃତ୍ୟୁ କୋଳେ ଶୋଇ ମଣିଷ ଦେଖୁଛି
ଜୀବନର ଶେଷ ସ୍ବପ୍ନ
ଅନେଶ୍ୱତ ଆଶା ଅଟ୍ଟାଳିକା ତୋଳି
ସ୍ୱାର୍ଥ ସାଧନାରେ ମଗ୍ନ
ସିଦ୍ଧିର ଅନ୍ତିମ ଲଗ୍ନ
ମୃତ୍ୟୁ ହିଁ କେବଳ ତୃପ୍ତ କରେ ତାର
ଯେତେ ନିରୁତ୍ତର ପ୍ରଶ୍ନ ।
କଳ୍ପ କଳ୍ପ ଧରି ନିର୍ବିକଳ୍ପ ସେହି
ଶ୍ମଶାନେ ଗହଳି ହେବ
ନିଶବ୍ଦ ମାଟିର ନୀରବତା ଭାଙ୍ଗି
ଶେଷ ସତ୍ୟ ହସୁଥିବ
ପରିଚୟ ନୀରବିବ
ଦି ମୁଠା ମାଟିର ସଂଳାପେ ମଣିଷ
ନିଜତ୍ବକୁ ମାପୁଥିବ ।
ଅର୍ଦ୍ଧଦଗ୍ଧ ଅସ୍ଥି ଭସ୍ମୀଭୂତ ଭୀତି
ମୁଠାମୁଠା ବୁଣା ଭୋକ
ଶ୍ମଶାନର ସେହି ଶୂନ୍ୟସ୍ଥାନ ଦେହେ
ବୟସ ବି ସାଜେ ମୂକ
ସ୍ମୃତିର ଶେଷ ସ୍ମାରକ
ପରିତ୍ୟକ୍ତ ପୃଷ୍ଠା ଚିରା ଟୁକୁରାକୁ
ଗୋଟାନ୍ତି ଆପଣା ଲୋକ ।
ରଞ୍ଜନ କୁମାର ମହାନ୍ତି
ବାଲେଶ୍ୱର
ମୋ --8658574945




0 Comments