ମୁଁ ବି ସତ୍ୟବାନ -ତପନ କୁମାର ସାହୁ



ଲମ୍ପଟ ବିପଟି ପୁରୁଷ ଆଜିଯେ
ମୁହେଁ ମୁହେଁ ସତ୍ୟବାନ
ସତ୍ୟବାଦୀତା " ତା ଲଜ୍ୟା ନାହିଁ ତିଳେ
ଚାରିଆଡେ ହୀନିମାନ ll

ନିଜକୁ କହୁଛି ସତ୍ୟବାନ ବୋଲି
କରୁଛି ନାନା କୁକର୍ମ
ନାରୀଙ୍କୁ ସମ୍ମାନ ତିଳେନାହିଁ ତାର
ପଳେନା ଦିନଟେ ଧର୍ମ ll

ବରଷକ ସାରା ସମସ୍ତ ନାରୀଙ୍କୁ
ସମ୍ମାନ କରିଲେ ସିନା
ସତ୍ୟବାନ ରୂପ ଜଗତେ ଲଭିବ
ପୁରୁଷ ଉତ୍ତମ ମନା ll

ଧର୍ଷଣ କଷଣ ନାରୀ ଅପମାନ
ସମ୍ଭିଧାନେ ନାହିଁ ନିତୀ
ତଥାପି ନେତାଙ୍କୁ ତିଳେ ଭୀତ ନାହିଁ
ମିଛରେ ଗାଆନ୍ତି ଗୀତି ll

ମାତୃରୂପି ତୁହି ଜଗତ ଜନନୀ
ନିଜକୁ ତୁ ରାକ୍ଷକର
ହୀନ ସତ୍ୟବାନ ମୁଣ୍ଡ ହାତେ ଧରି
ମହିଷାସୁର ତୁ ସଂହାର ll

ତପନ କୁମାର ସାହୁ
କଳାହାଣ୍ଡି
ମୋ - 7328001575

Post a Comment

0 Comments