"ହେ ନାରୀ ତୁମେ ଅମୃତର ସାଗର,
ପରିବାରର ମଙ୍ଗଳ ମନାସି ଜାଳ ତୁମେ ଜାଗର।
ସର୍ବଂସହା ମାଟିପରି ଅଟ ତୁମେ ସ୍ଥିର,
କୁଳୁକୁଳୁ ଝରଣାର ପୁଣି ତୁମେ ନୀର।
ଜାୟା,ଜନନୀ,ଭଗିନୀ, ଅପରୂପା ନାୟିକା,
ସଙ୍ଗୀତର ଲୟର ଅଟ ତୁମେ ଗାୟିକା।
ଜନ୍ମଦାତ୍ରୀ ପୁଣି ପାଳନ କର୍ତ୍ତ୍ରୀ,
ସ୍ନେହ,ପ୍ରେମ,ଶକତିର ମିଶ୍ରଣ ଦାତ୍ରୀ।।
ମାତା ହୋଇ ସନ୍ତାନକୁ ଦିଅ କେତେ ସ୍ନେହ,
ଅନ୍ୟ ଖୁସି ଲାଗି ପୁଣି ହୁଅ କେବେ ଦାହ।
ଭଗିନୀ ହୋଇ ଭାଇ ହାତେ ବାନ୍ଧିଥାଅ ରାଖି,
ସେଇ ଅତୁଟ ବନ୍ଧନକୁ ରଖି ପୁଣି ସାଖି।
ପତ୍ନୀ ରୂପେ ପତିଙ୍କର ରୁହ ହୋଇ ଦାସୀ,
ଛାତିରେ ପଥର ରଖି ନିଜ ପିତୃଘରୁ ଆସି।
ଧନ୍ୟ ତୁମେ ନାରୀ ଜାତି ଧନ୍ୟ ତୁମେ ମାତା,
ଅବଳା ଦୁର୍ବଳା ନୁହଁ ଅଟ ଜଗତଜିତା।
ବିଧାତାର ଅଦ୍ୱିତୀୟ ସୃଷ୍ଟି ଅଟ ତୁମେ,
ପାଶେ ତୁମ ଋଣୀ ହୋଇ ରହିବୁ ଯେ ଆମେ।
ପୁରୁଷର ଅର୍ଦ୍ଧଅଙ୍ଗ ବୋଲି ଅର୍ଦ୍ଧାଙ୍ଗିନୀ,
ଘରର ସୌଭାଗ୍ୟ ତୁମେ ତେଣୁ ସୌଭାଗିନୀ।
ହେ ନାରୀ! କବିତା,ବନିତା ତୁମେ ଲାଜକୁଳୀ ଲତା,
କନ୍ୟା ଦାନ କରେ ଯିଏ ଧନ୍ୟ ସେହି ପିତା।
ଗ୍ରାମ:ମନ୍ଦାରଖଣ୍ଡ,ଜିଲ୍ଲା:ଯାଜପୁର,ପୋଷ୍ଟ ଅଫିସ୍: ନାହାପଡା,ଭାୟା: ରାମବାଗ, ପିନ୍ କୋର୍ଡ- ୭୫୫୦୧୪




0 Comments