ଆସେରେ କୁନା ଆସେ ଲୋ କୁନି
ଗଛ ଲଗାଇବା ମିଶି
ନିରୋଗ ରହି ସଂସାର ମଧ୍ଯେ
ହସିବା ବାରମାସି
ଏବେ କହୁଛି ଶୁଣେରେ କୁନା
ବୃକ୍ଷ ରୋପଣ କଥା
ବୃକ୍ଷଟି ଆମ କି କାମେ ଆସେ
କହୁଛି ତାର ବାର୍ତ୍ତା
ଯେତେ ଭାଇ ବନ୍ଧୁ ସାଙ୍ଗ ସାଥି ହେ
ମନ ଦେଇକି ପଢ
କବିତା ପଢି ଗଛଟେ ଲଗାଅ
ମନକୁ କରି ଦୃଢ
ପ୍ରଥମେ ଦିଏ ଅମ୍ଳଜାନ ଯେ
ଆମକୁ ବଞ୍ଚିବାକୁ
ଫୁଲଟି ତାର ଭାରି ସୁଗନ୍ଧେ
ମୋହେ ଆମ ମନକୁ
ଅଙ୍ଗାରକାମ୍ଳ ନେଇ ଯେ ସିଏ
ଅମ୍ଳଜାନକୁ ଛାଡେ
ଖରା ବରଷା ସବୁ ଯେ ସହି
ସଂସାର ହିତେ ବଢେ
ଖରା ବେଳରେ ବାଟୋଇ ଟିଏ
ଲୋଡ଼ଇ ଗଛ ଛାଇ
ଶାନ୍ତିରେ ଟିକେ ବସେ ତା ମୂଳେ
ତା ମିଠା ଫଳ ଖାଇ
ଜାଳିବା ପାଇଁ ଦିଏ ସେ କାଠ
ହୁଏ ସିନ୍ଧୁକ ପେଢି
ସେଇ କାଠରେ ଜଗନ୍ନାଥଙ୍କ
ରଥ ବି ହୁଏ ଗଢି
କିଛି ଦିନର ତଳର କଥା
କହୁଛି ଶୁଣ ଭାଇ
କେତେ ଯେ ଲୋକ ମରିତ ଗଲେ
ଅମ୍ଳଜାନ ନପାଇ
ଗୋଟାଏ ଗଛ କାଟିଲେ ଭାଇ
ପାଞ୍ଚଟା ଗଛ ଲଗ
ସମୟ ଏବେ ଆସି ଯାଇଛି
ଜାଗ ଜନତା ଜାଗ
ବତାସ ଆସି ଉପାଡି ଦେଲା
ଗଛଲତା ଯେ କେତେ
ସମସ୍ତେ ମିଶି ଗଛ ଲଗାଇବା
ପାରିବା ଆମେ ଯେତେ
ସମସ୍ତେ ଯଦି ଲଗାଇବା ଗଛ
ହଟିବ ରୋଗ ବ୍ଯାଧି
ସଚେତନ ହେଲେ ଆମେ ସମସ୍ତେ
ଲୋଡା ନାହିଁ ଔଷଧି
ସବୁଜ ସୁନ୍ଦର ଧରଣୀକୁ ଦେଖି
ବର୍ଷା ରାଣୀ ହେବ ଖୁସି
ସଂସାର ଭିତରେ ରହିବା ସମସ୍ତେ
ସୁଖି ହୋଇ ବାରମାସି
ପରିପୂର୍ଣ୍ଣ ହୋଇ ରହିଲେ ଗଛ
ପ୍ରକୃତି ହେବ ଶାନ୍ତ
ଜଗତ ସୁଖେ ସୁଖି ହୋଇବେ
ପ୍ରଭୁ ଜଗତନ୍ନାଥ
ପ୍ରେମ୍ କବି ଜଗବନ୍ଧୁ ସାହୁ
ଛଞ୍ଚାଣିଆ ପଲ୍ଲୀ : ଗଞ୍ଜାମ




0 Comments