କରିବିନି ଅଭିମାନ - ନିବେଦିତା ମହାପାତ୍ର




କାହିଁକି କରିବି ମିଛେ ଅଭିମାନ
କି ଅବା ମାଗିବି ଆହେ ଜନାର୍ଦ୍ଦନ
ସବୁ ତ ଦେଇଛ ବୁଝି ମୋ'ର ମନ
ଜଗତ ପାଳକ ହେ ମଧୁସୂଦନ।

ଏ ଦୁର୍ଲଭ ଜନ୍ମ ତୁମରି ତ ଦାନ
ତୁମେ ଗତି ମୁକ୍ତି ଦାତା ଭଗବାନ
ଶ୍ରୀଛାମୁରେ କରେ ଅଳି ପ୍ରତିଦିନ
ଚରଣେ ଶରଣ ଦିଅ ହେ ମୋହନ ।

ଭକତି ପ୍ରଦୀପ କରି ପ୍ରଜ୍ବଳନ
ଆକୁଳେ ଡାକୁଛି ହେ ନନ୍ଦ ନନ୍ଦନ
ବିତୁ ଦିନ ଗାଇ ତୁମରି ଭଜନ
କରି ନିତି ନିତି ତୁମ ସ୍ତୁତି ଗାନ।

ମାଗୁ ନାହିଁ ପ୍ରଭୁ ଧନ ଯ‌ଉବନ
ଲୋଡା ନାହିଁ ମତେ ଉଚ୍ଚ ପଦାସନ
ଏତିକି କୃପା କର କୃପାନିଧାନ
ମିଳୁଥାଉ ସଦା ଶ୍ରୀମୁଖ ଦର୍ଶନ।

କରପତ୍ର ଯୋଡ଼ି କରେ ନିବେଦନ
ଅନାଥର ନାଥ ହେ ଚକାନୟନ
ତୁମରି ସେବାରେ ହୋଇଣ ମଗନ
ସରି ଯାଉ ମୋ'ର ଏ ବାକି ଜୀବନ।


ନିବେଦିତା ମହାପାତ୍ର
ମୁକୁନ୍ଦ ମିଶ୍ର ନଗର, ପୁରୀ

Post a Comment

0 Comments