ଲୀଳାମୟ ହରି କି ଲୀଳା କରୁଛ
ରତ୍ନ ସିଂହାସନେ ବସି
କରାଳ ଆତଙ୍କ ସର୍ବତ୍ର ଗ୍ରାସୁଛି
ଦେଖି ଯାଅ ଥରେ ଆସି।
ଦୀନବନ୍ଧୁ ବୋଲି ନାମ ବହି ଅଛ
ଦୁର୍ଦ୍ଦନେ କିଆଁ ମଉନ
ତୁମ ପରି ବନ୍ଧୁ ଥାଉଁ ଥାଉଁ ପୁଣି
ଅକାଳେ ଝରେ ଜୀବନ।
ତୁମେ ନ ରଖିଲେ ଆଉ କେ ରଖିବ
ଏ କଥା କି ଜାଣ ନାହିଁ
ଭକ୍ତଙ୍କର ଭକ୍ତି ପରୀକ୍ଷା କରୁଛ
କୁହ ପ୍ରଭୁ କାହିଁ ପାଇଁ ।
ଦୟାର ସାଗର ବାରେ ଦୟା କର
ଶରଣ ଦିଅ ଚରଣେ
କର ପତ୍ର ଯୋଡି ପାଦ ତଳେ ପଡି
ମାଗୁଣି ପୁଣି ଜଣାଏ ।
ହେ କୃପା ନିଧାନ ରଖି ମୋର ମନ
ଦେଖ ଜଗତ ଜୀବନ
ଆଶୀର୍ବାଦ ବଳେ ବାହୁ ଛାୟା ତଳେ
ରଖ ସକଳ ପରାଣ ।
ଅନୁପମା ସାହୁ
କେନ୍ଦୁଝର




0 Comments