ବିଶେଷ ସୂଚନା

 ସୃଷ୍ଟି ସମ୍ଭାରର ନୂଆ ପ୍ରୟାସ



ପବିତ୍ର ରଜର ଅଭିନନ୍ଦନ ଜଣାଇ ସୃଷ୍ଟି ସମ୍ଭାର ଏକ ଅଭିନବ ପ୍ରୟାସ ପାଇଁ ଆଗ୍ରହୀ। ରଜକୁ ନେଇ ପୂର୍ବଶ୍ରୁତି କିଛି ଲୋକଗୀତ ରହିଛି । ଯାହା ପ୍ରତିଟି ଓଡ଼ିଆଙ୍କ ହୃଦୟକୁ ଛୁଇଁଯାଏ ଆଉ ସେଇ ଗୀତରୁ କିଛି ପଦ ପ୍ରାୟ ପ୍ରତି ଓଡ଼ିଆଙ୍କ  କଣ୍ଠସ୍ଥ । 


କିଛି ପୂର୍ବ ଲୋକଗୀତ:-


ରଜ ଦୋଳି କଟକଟ

ମୋ ଭାଇ ମୁଣ୍ଡରେ ସୁନା ମୁକୁଟ

       ସୁନା ମୁକୁଟ ଲୋ 

       ଦିଶୁଥାଇ ଝଟଝଟ....।

                                 x x x x

ନଈରେ ବାଳିଆ ମଲା

ରାମ ଭାରିଜାକୁ ଲୋ ରାବଣ ନେଲା

    ରାବଣ ନେଲା ଲୋ

    ସୀତା ଝୁରି ଝୁରି ମଲା...।

                              x x x x

ବାଉଁଶ ପତର ସରୁ 

ତୋତେ ନେଇ ଯିବି ଲୋ ସମ୍ବଲପୁରୁ

   ସମ୍ବଲପୁରୁ ଲୋ 

   ଧାନ କଟାକଟି ସରୁ...।

ଏଇ ଗୀତ ସହ ପ୍ରାୟ ସମସ୍ତଙ୍କର କିଛି ସ୍ମୃତି ଜଡିତ । ଓଡ଼ିଆ ସାହିତ୍ୟର ଅଖଣ୍ଡ ପ୍ରଦୀପ ସଦା ପ୍ରଜ୍ବଳିତ ହୋଇ ରହିବାର ଏକ ଛୋଟ ପ୍ରୟାସ ସୃଷ୍ଟି ସମ୍ଭାର କରୁଛି । ଯେଉଁଥିରେ ଆମର ଓଡ଼ିଆ ପ୍ରତିଭାମାନଙ୍କୁ ରଜର ପୂର୍ବ ଶ୍ରୁତି ଲୋକଗୀତ କିଛି ନୂଆ କରି ନିଜନିଜର ଭାବକୁ ଆଧାର କରି ଲେଖିବାକୁ ହେବ (ଉପରୋକ୍ତ ଶୈଳୀରେ) । ଯେଉଁ ମାନେ ଇଚ୍ଛୁକ ଆମ ସହ ସାମିଲ ହେବାକୁ ଆହ୍ୱାନ କରାଯାଉଛି । ଏହି ରଜ କବିତାଗୁଡିକୁ ନେଇ ଏକ ସ୍ୱତନ୍ତ୍ର ଇ-ପତ୍ରିକା ସୃଷ୍ଟି ସମ୍ଭାର ପରିବାର ତରଫରୁ ପ୍ରକାଶ କରିବାର ଯୋଜନା ମଧ୍ୟ ଅଛି । ତେବେ ଡେରି କାହିଁକି ଆସନ୍ତୁ ସାମିଲ ହେବା, ଓଡ଼ିଶାର ମହାନ ସଂସ୍କୃତି, ସାହିତ୍ୟ ଓ ପାରମ୍ପାରିକୁ କଲମରେ ବଖଣିବା ।

ଲେଖା ପଠେଇବା ନିୟମ : 

୧. ୧୬-୦୬-୨୦୨୧ ରାତି ୧୦ ଘଟିକା ପୂର୍ବରୁ ଲେଖା ପଠେଇବାକୁ ହେବ । 


୨. ରଜ କବିତାଟି ଅତିକମରେ ୫ଟି ପଦବିଶିଷ୍ଟ କବିତା ହୋଇଥିବା ଆବଶ୍ୟକ ।  

୩. ସ୍ୱରଚିତ ରଜ କବିତାକୁ ନିର୍ଭୁଲ ଭାବେ ଓଡ଼ିଆରେ ଟାଇପ୍ କରି ପଠାଇବା ହେବେ । ଫୋଟ ଲେଖା କିମ୍ବା pdf ଲେଖା ଗ୍ରହଣଯୋଗ୍ୟ ନୁହେଁ । 

୪. ଲେଖାର ଶୀର୍ଷକ, ଲେଖକ/ଲେଖିକାଙ୍କ ନାମ, ଠିକଣା ଓ ହ୍ଵାଟ୍ସଆପ ନମ୍ବର ଯୋଗାଯୋଗ ନିମନ୍ତେ ରହିବା ଆବଶ୍ୟକ । ନଚେତ୍ ଲେଖା ଗ୍ରହଣ କରାଯିବ ନାହିଁ । 

୫. ଲେଖା ପଠେଇବା ବେଳେ ଲେଖା ସୃଷ୍ଟି ସମ୍ଭାର ଦ୍ୱାରା ଆୟୋଜିତ ଡିଜିଟାଲ କବିତା ଆସର ବୋଲି ଲେଖିବେ ।

୬. ଲେଖାଗୁଡିକ ଆମ ହ୍ଵାଟ୍ସଆପ 8249520880 ରେ ପଠେଇବାକୁ ହେବ । (କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେଲେ ଯୋଗାଯୋଗ କରିପାରିବେ ।)


ସୃଷ୍ଟି ସମ୍ଭାର ପରିବାର 
ସୃଷ୍ଟି ସମ୍ଭାର ଇ-ପତ୍ରିକା
ୱେବ୍ସାଇଟ- www.srushtisambhar.in 
ଯୋଗାଯାଗ- 8249520880

ସାହିତ୍ୟର ଜୟ ହେଉ, 
ଆପଣଙ୍କ ଜୀବନ ମଧୁମୟ ହେଉ 
ଧନ୍ୟବାଦ

Post a Comment

0 Comments