କୁହ ଆହେ ଦୀନବନ୍ଧୁ
ଶୁଖିଲା କି କୃପାସିନ୍ଧୁ
ଛାରଖାର ହୁଏ ଆଜି
ସୁନ୍ଦର ଧରା
ତୁମେ ନ ରଖିଲେ ପ୍ରଭୁ
ବୁଡ଼ିବ ଭେଳା--
ମଉନେ ଦେଖୁଛ ବସି
ନିରବି ଯାଉଛି ଖୁସି
ସବୁରି ଆଖିରୁ ଝରେ
ଲୁହର ଧାରା
ତୁମେ ନ ପୋଛିଲେ ପ୍ରଭୁ
ବୁଡ଼ିବ ଭେଳା---
ମଶାଣୀରେ ଜାଗା ନାହିଁ
ଶବକୁ ପୋଡ଼ିବା ପାଇଁ
ନିମିଷକେ ଶୁନ୍ୟ ହୁଏ
ସୁଖ ପସରା
ତୁମେ ନ ରଖିଲେ ପ୍ରଭୁ
ବୁଡ଼ିବ ଭେଳା---
ଦିନ ପରେ ହୁଏ ରାତି
ବେଳୁ ବେଳ ବଢ଼େ ଭିତି
ଛଡେଇ ନିଏ କାଳ
ଶେଷ ଆଶରା
ତୁମେ ନ ରଖିଲେ ପ୍ରଭୁ
ବୁଡ଼ିବ ଭେଳା---
ଶ୍ରୀରାମପୁର,ମଙ୍ଗଳପୁର,ଯାଜପୁର



0 Comments