ବାଇମନ ହୋ - କୈଳାସଚ଼ନ୍ଦ୍ର ପାଢ଼ୀ





ବାଇମନ ହୋ
         ଲୟଲଗାତୁହି ବାବାମଣିଙ୍କୁ
ଥୟ ହେବ ମନ ଭୟ ଯିବ ଧନ
        ଜୟ କରିଯିବୁକାଳଯମକୁ ।0।

ଏ ବଡ଼ ବିଷମ ଜଞ୍ଜାଳ ଜଗତ
ମିଛେ କିଆଁ ହେଉ ଧନ୍ଦି
ମିଛ ମାୟା ଜାଲେ ଛନ୍ଦିହେଉ କିଆଁ
ସାହା ନୁହେଁ ଏଠି
                 କେହି କାହାକୁ
                 ବାଇମନ ହୋ଼.........।।

ଆଖି ଆଗେ ତୋର ଦେଖୁଛୁ ତୁ ଯାହା
ସେ ସବୁ ଅଟେ ଅନିତ୍ୟ
ନିତ୍ୟଯାହାସତ୍ୟ କାଳେକାଳେ ସେତ
ମତ୍ତହୋଇ ଭୁଲି
                 ନ ଯାଆ ତାଙ୍କୁ
                 ବାଇମନ ହୋ.......।।

ସେ ଯେ ମହାରେତା ମହାତତ୍ତ୍ବବେତ୍ତା
ସେ ପରମ କାରୁଣିକ
ତାଙ୍କ ପାଦତଳେ ଲୟ ଲଗାଇଲେ
ନଥିବଟି ଭୟ
                ଜରା ବ୍ୟାଧିକୁ
                ବାଇମନ ହୋ........।।

ତାଙ୍କନାମଭଜିକେତେକେତେ ଯୋଗୀ 
ଉଡ଼ାଇଲେ ଜୟ ବାନା
ବେଳହୁଁରେ ମନ ହୁଅସାବଧାନ
ପାଇବୁ ଯେବେ ତୁ
                   ମୋକ୍ଷ ପଦକୁ
                    ବାଇମନ ହୋ....।।
              

କୈଳାସଚ଼ନ୍ଦ୍ର ପାଢ଼ୀ
କୁମାର ପୁର, ଅନନ୍ତପୁର
ବାସୁଦେବ ପୁର, ଭଦ୍ରକ

Post a Comment

0 Comments