ତୁଳସୀ ପ୍ରିୟ ହନୁମାନ - କବି ରାମଚନ୍ଦ୍ର ମହାନ୍ତି



ଜୟ ହନୁମାନ ପବନ ନନ୍ଦନ
ଶ୍ରୀ ରାମ ଙ୍କ ପ୍ରିୟ ଭକ୍ତ,
ତୁମ୍ଭ ଭକ୍ତି ଭାବ ସୀତା ଦେବୀ ଦେଖି
ହୋଇଥିଲେ ଆଚମ୍ବିତ।।

ରାବଣକୁ ମାରି ଅଯୋଧ୍ୟାକୁ ଫେରି
ରାମ ରାଜ୍ୟେ ଅଭିଷେକ,
ମହା ସମାରୋହ ଅଯୋଧ୍ୟା ନଗର
ସୁସଜ୍ଜିତ ଦିବ୍ୟାଲୋକ।।

ଆନନ୍ଦ ଲହରୀ ଯାଉଅଛି ଖେଳି
ହୋଇବ ରାମ ରାଇଜ,
ପୂର୍ଣ୍ଣ କୁମ୍ଭ ମାନ ପ୍ରତି ଦୁଆରରେ
ପ୍ରଦୀପ ଜଳାଇ ସାଜ ।।

ବିଭିନ୍ନ ବ୍ୟଞ୍ଜନ ହୋଇଛି ରନ୍ଧନ
ସହିତରେ ଖିରି ପୁରୀ,
ମହ ମହ ବାସ ଚହଟି ଯାଉଛି
ସାରା ଅଯୋଧ୍ୟା ନଗରୀ।।

ମନ ଆନନ୍ଦରେ ଭକ୍ଷଣ କରିଣ
ସର୍ବେ ଯାଉଛନ୍ତି ଚାଲି,
ଯେତେ ଯାହା ଦେଲେ ହନୁମାନଙ୍କର
ପେଟଟି ରହୁଛି ଖାଲି।।

ଦେଖି ସୀତା ମାତ ମନରେ ଦୁଃଖିତ
କହିଲେ ରାମ ଙ୍କ ପାଶ,
ଶ୍ରୀ ରାମ ଇଙ୍ଗିତେ ତୁଳସୀ ପତ୍ରରେ
ହୋଇଲେ ମହା ସନ୍ତୋଷ ।।

ସେହି ଦିନ ଠାରୁ  ତୁଳସୀ ପକାଇ
ସମର୍ପିଲେ ଭୋଗ ଥାଳି,
ବୀର ହନୁମାନ ସଙ୍କଟ ମୋଚନ
ଶୁଣନ୍ତି ଭକ୍ତଙ୍କ ଅଳି ।।


କବି ରାମଚନ୍ଦ୍ର ମହାନ୍ତି

Post a Comment

0 Comments