ଢାଳିଦିଅ ପ୍ରାଣ ଆଶ୍ଳେଷ- କୈଳାସ ଚନ୍ଦ୍ର ପାଢ଼ୀ


ସୁନେଲି ସ୍ବପ୍ନ
ଦେଖିବାର ଇଏ
        ବେଳନୁହେଁ ବନ୍ଧୁ ବେଳନୁହେଁ,
ସବୁଜ ସ୍ବପ୍ନେ
ପ୍ରାଣ ସଙ୍ଗୀତ
         ମଧୁର ମୂର୍ଚ୍ଛନା ତୋଳୁଥାଏ 
ଆସ ଆସ ବନ୍ଧୁ ଆସ ଆସ 
ମମତା ଢଳା ଏ
ମାଟିର ବୁକୁରେ
         ଢାଳିଦିଅ ପ୍ରାଣ-ଆଶ୍ଳେଷ ।।

ଗୁଳି ବନ୍ଧୁକ
କିବା ପ୍ରୟୋଜନ
       ପ୍ରେମର-ପୂରବୀ ତୋଳତୋଳ,
ବିଶ୍ବ-ବୈଭବ
ନିଃସ୍ବ କରନା
        ତୃତୀୟ ନୟନ ଖୋଲଖୋଲ 
ବିସ୍ତୃତ ଏଇ ବିଶ୍ବ ପରେ
ପଦାରୋହୀ ଆମେ
ଛନ୍ଦ ତୋଳିବା
        ପୂଣ୍ୟ ପୀଠ ଏ ଧରଣୀରେ ।।

ଜୀବନ-ଝରଣା
ଛଳଛଳ ଏଠି
       କଳକଳ ତାର ମଧୁସ୍ବର
ନିରେଖିଛ କେବେ
ବନ୍ଧୁ ହେ ତୁମେ
        ହତାଶାରାଗିଣୀ କିଆଁତୋଳ
ମରିଚ଼ୀକା ପଥେ ପାଦଥୋଇ
ଶିବ-ସଂଧାନେ
ରକ୍ତର-ନଦୀ
         ପ୍ରବାହିତ କର କାହିଁ ପାଇଁ ।।

ଆସ ହେ ବନ୍ଧୁ
ଆସ ହେ ହିନ୍ଦୁ
         ଆସ ହେ ମୁସଲ୍ ମାନ
ଆସ ଯେତେଅଛ
ମାଟିର ମଣିଷ
         ଶକୁନ ଖ୍ରୀଷ୍ଟିଆନ
ଆସ ବଙ୍ଗାଳୀ
ପ୍ରେମ ସଙ୍ଖୋଳି
         ଆସ ହେ ତେଲ୍ ଗୁ ଆସ
ଭେଦାଭେଦ ଯେତେ
ତୁଟାଇ ଦିଅ ହେ
         ହଟୁ ଧରଣୀର ପ୍ରାସ ।।
         
କୁମାର ପୁର, ଅନନ୍ତପୁର
ବାସୁଦେବପୁର, ଭଦ୍ରକ

Post a Comment

0 Comments