ସେ ଯଶୋଦା ପୁଅ ଖଣ୍ଡକ...
ନୁହେଁ ଛୋଟିଆ।୦।
ମାଆଠୁ ଖାଏ ଛାଟିଆ
ସିଏ ବଡ ଅକାଟିଆ
କିଆଁ ହେଉ ତା' ପଟିଆ(୨ଥର)
ବଡ ହଟିଆ।୧
ବୃନ୍ଦାବନର ମୋଟିଆ
ଦେଖି ବଣ ନିଛାଟିଆ
ଚିରିଲା ବକା ଥଣ୍ଟିଆ,
ସେ ଅଝଟିଆ।୨।
ଯମୁନା ଘାଟ ଘାଟିଆ
ଖାଏ ବେଶି ଖାଉଟିଆ
ରସି ତାକୁ ନିଅଣ୍ଟିଆ
ବଡ ପେଟିଆ।୩।
ନଟିଆ ନଟଖଟିଆ
ଜପିବୁ ଶେଷ ଖଟିଆ
ରାଜା ଚଉଦ ବାଟିଆ
କଳ୍ପବଟିଆ।୪
ଏକଡାଳ,କାନପୁର,କଟକ
ଚଉଦ ବାଟିଆ-ଚଉଦ ଭୁଵନ



0 Comments