ସବୁଠୁ ସୁନ୍ଦର ଏହି ଦେଶ ମୋର
ଲାଗେ ସରଗୁ ସୁନ୍ଦର,
ମୋ ସ୍ୱପ୍ନରପୁର ଭାବନା ମନ୍ଦିର
ବୁକୁରେ ମଧୁ ସମ୍ଭାର ॥
ତୁହି ଜନ୍ମଭୂମି ଜନନୀଠୁ ବେଶୀ
ସୁଖ ଦେଇଅଛୁ ମୋତେ,
ସୁଖେ ଦୁଃଖେ ଅଭିମାନ ଅନୁରାଗେ
ଧୈର୍ଯ୍ୟ ତୁ ଦେଇଛୁ କେତେ ॥
ମୋ ହୃଦ ମନ୍ଦିରେ ଯେଉଁ ଦୀପ ଜଳେ
ସେ ତ ଜନ୍ମଭୂମି ପାଇଁ,
ଜୀବନ ଦୀପରେ ଭକ୍ତିର ସଳିତା
ଜଳାଇ ରଖିଛି ମୁହିଁ ॥
ତୋରି ପାଦ ପାଇଁ ନୟନରେ ମୋର
ସପତ ସିନ୍ଦୁର ଲୁହ,
ସେ ଲୁହରେ ମାତ ଧୋଇବି ପୟର
ଗାଇ ଗାଇ ତୋର ଜୟ ॥
ତୋଚରଣ ରେଣୁ ମୋ ମଥା ଚନ୍ଦନ
ତୋମାଟି ପୁଣ୍ୟଚନ୍ଦନ,
ତୋର ହିତ ଶେଷେ ଗଲେ ମୋଜୀବନ
ସେଦିନ ହୋଇବି ଧନ୍ୟ ॥
ପଲମ/ନର୍ଲା/କଳହାଣ୍ଡି




0 Comments