ସକାଳ ଜଣାଣ- ଗୋଦାବରୀଶ ଦାସ


        
ହରେକୃଷ୍ଣ ହରେରାମ
ଶୁଣୁଥାଉ ସଦା ମୋହରି କର୍ଣ୍ଣ 
ହେ ଚକାନୟନ,
ହେଉଥିବ ନାମ ସଂକୀର୍ତ୍ତନ 
ହେ ଚକାନୟନ।,,,,,
ତୁଳସୀ ଚଉରା ମୂଳ
ଢାଳୁଥିବି ସଦା ଗଙ୍ଗାର ଜଳ 
ହେ ଚକାନୟନ
ତୁମ ପାଦେ ରହିଥାଉ ମନ
ହେ ଚକାନୟନ।
ହରେକୃଷ୍ଣ ହରେରାମ,,,,,,,
ହାତେଥିବ ଜପାମାଳି
କପାଳରେ ଚିତା ଚନ୍ଦନ ବୋଳି
ହେ ଚକାନୟନ,
ପାଉଥିବି ତୁମ ଦରଶନ
ହେ ଚକାନୟନ।,,,,
ଥିବଟି କାର୍ତ୍ତିକ ମାସ
ତୁମରି ନାମରେ କରି ହବିଷ
ହେ ଚକାନୟନ,
ଚାଲି ଯାଆନ୍ତା ମୋର ଜୀବନ
ହେ ଚକାନୟନ।
ହରେକୃଷ୍ଣ ହରେରାମ,,,,,,,
ଶବଯିବ ସ୍ବର୍ଗଦ୍ବାର
ପୁତ୍ରକନ୍ଯା ଥିବେ ପାଖରେ ମୋର
ହେ ଚକାନୟନ,
ମୋତେ ଦେବ, ଶେଷ ଦରଶନ
ହେ ଚକାନୟନ,,,,,,
ଶୁଭୁଥିବ ରାମନାମ
ଦେଖାଟିକେ ଦେବ ଆସି ଶ୍ମଶାନ
ହେ ଚକାନୟନ,
ମୋର ବଳିଛି ଏତିକି ମନ
ହେ ଚକାନୟନ।
ହରେକୃଷ୍ଣ ହରେରାମ
ଶୁଣୁଥାଉ ସଦା ମୋହରି କର୍ଣ୍ଣ
ହେ ଚକାନୟନ,,,,,,, 
ଶଙ୍ଖମୂଳ, ରଣପୁର
ନୟାଗଡ଼

Post a Comment

0 Comments