ଆଜି ପରା ଘରେଘରେ
ସାବିତ୍ରୀଙ୍କ ବ୍ରତ
ଆଶୀର୍ବାଦ ଦେବ ଟିକେ
ଆହେ ଜଗନ୍ନାଥ।
ସଧବା ନାରୀଏ ବ୍ରତ
ପାଳନ୍ତି ସମସ୍ତ
ପୂର୍ଣ୍ଣ କର ଆହେ ପ୍ରଭୁ
ତାଙ୍କ ମନୋରଥ।
ବଜ୍ର କରିଥାଅ ପ୍ରଭୁ
ମଥାର ସିନ୍ଦୁର
ହସି ଉଠୁଥାଉ ସର୍ବ
ସୁନାର ସଂସାର।
ନାରୀଙ୍କ ସୌନ୍ଦର୍ଯ୍ୟ ପରା
ଶଙ୍ଖା ଓ ସିନ୍ଦୁର
ଅହ୍ଯ ସୁଲକ୍ଷଣୀ ହୋଇ
ଯାନ୍ତୁ ସ୍ବର୍ଗ ପୁର।
ଧନ ,ଧାନ୍ଯ ଗୋପ ଲକ୍ଷ୍ମୀ
କର ଭରପୁର
ପତି ପତ୍ନୀଙ୍କ ସମ୍ପର୍କ
କରହେ ମଧୁର।
ତୁମ ପାଦତଳେ ମୋର
ଏତିକି ଗୁହାରୀ
ନାରୀ ମାନଙ୍କୁ ଆଶିଷ
ଦିଅ ଚକ୍ରଧାରି।
ସବୁରି ଓଠରେ ପ୍ରଭୁ
ଭରିଦିଅ ହସ
ସର୍ବ ସୁଖେ ରଖିଥାଅ
ଆହେ ପୀତବାସ।
************************
ଶଙ୍ଖମୂଳ, ରଣପୁର
ନୟାଗଡ




0 Comments