ନବ ଛଇଳା ! କା' ଅଙ୍କ ପଲଙ୍କ ପ୍ରମିଳା।୦।
କେଉଁ ଗାଆଁର ତୁ ଝିଅ
ଦେହୁ ବହୁ ଅଛି ଘିଅ
ଯୌବନ ଉଛୁଳା ଉଛୁଳା।୧।
କେଉଁ ବଗିଚାର ଫୁଲ
ରୂପ ତୋ ଅମୂଲ ମୂଲ
କଟିରେ କନକ ମେଖଳା।୨।
କହ କାହା ଘର ବୋହୂ
ଓଠରୁ ଝରୁଛି ମହୁ
ନୟନେ ଖେଳୁଛି ଚପଳା।୩।
କହିଦେ ତୋର ଠିକଣା
ଏଣୀ ନୟନେ ନ ଅନା
ଗୌରହରି ପ୍ରେମ ପାଗଳା।୪
ଏକଡାଳ,କାନପୁର,କଟକ



0 Comments