ଶୁଣ ନିବେଦନ - ରଞ୍ଜନ କୁମାର ପଣ୍ଡା



ଶୁଣ ନିବେଦନ      ହେ କଳା ବଦନ
       ତମେ ଜଗତର ପ୍ରାଣ
ବିପଦ ପଡିଛି       ଆଜି ଏ ଜଗତେ
       କର ପ୍ରଭୁ ପରିତ୍ରାଣ ।

ତୁମ ସିଂହଦ୍ଵାର        ଖାଲି ପଡ଼ିଅଛି
         ସ୍ୱର୍ଗ ଦ୍ୱାରେ ଭାରି ଭିଡ଼
ଦୁଃଖ ସାଗରରେ      ଭାସୁଛି ଦିନିଆଁ
        କେହି ନୁହେଁ ଆଉ ବଡ଼ ।

ଏତେ ସବୁ ଦେଖି          ରହିଛ ମଉନ
         ଦୁଃଖ ନାହିଁ ତୁମ ଠାରେ
ବଡ଼ ଦେଉଳର              ଗମ୍ଭୀରା ଭିତରୁ
        ଆସ ବଡ଼ ଦାଣ୍ଡ ଥରେ ।

ମାନବର ଦୁଃଖ        ଦେଖି ଦେଖି ପ୍ରଭୁ
          ସହିଯାଅ ନୀରବରେ
ଦୁଆରକୁ ତୁମ        ମଡ଼ାଇ ନ ଦିଅ
          ପଥଅ ସ୍ୱର୍ଗ ଦୁଆରେ ।

କୁହ ହେ ଠାକୁର        କେବେ ପୁଣିଥରେ
          ହସିବ ପୁଣି ସଂସାର
ତୁମ ଲିଳା ଖେଳା       ଦେଖିବ ଜଗତ
        ହୋଇ ଆନନ୍ଦ ବିଭୋର ।

କରୁଣାର ଦୃଷ୍ଟି         ଦିଅ ମହାପ୍ରଭୁ
        ତୁମ ଏ ପବିତ୍ର ଭୂମେ
ହାତଭାଗା ମୁହିଁ      ଡାକୁଛି ନିରବେ
       ସାହା ହୁଅ ପ୍ରଭୁ ତୁମେ ।


ରଞ୍ଜନ କୁମାର ପଣ୍ଡା
କୋରାପୁଟ

Post a Comment

0 Comments