ଭାବରେ ଭାବରେ ଅଭାବ
କେମିତି ହେଲା ହେ କୃପାସିନ୍ଧୁ
ସପନେ ସପନେ ଆସୁଥିଲ ତୁମେ
କାହିଁକି କରୁଣା ଊଣା ହେଲା ଅବା ।
କିବା ଅପରାଧ କଲି ମୁହିଁ ପ୍ରଭୁ
ମୋଠାରୁ ଦୂରେଇ ଦୂରେଇ ଗଲ
ଭାବ ବନ୍ଧନରୁ ପୁଣି ଗୋପନେ ରହିଲ
ମୋତେ କି ପାଶୋରି ଦେଲ ଜଗନ୍ନାଥ।
ଜଞ୍ଜାଳ ମାୟାରେ ଜଡ଼ାଇଛ ଯଦି
ଦୋଷୀ ମୁଁ ହେଉଛି ତୁମଠାରେ
ମାନସରେ ଯାହା ଚିନ୍ତା ଓ ଚେତନା
ଦେଇଛ ମୋହରି ଠାରେ
କର୍ମ ଭୀରୁ ମୁହିଁ ଜାଣିଛ ଯେ ତୁମେ
ଭୀତ ତ୍ରସ୍ତ ଅକିଞ୍ଚନ ମୁଢ଼ମତି
ପୁଣି ଦେଖାଦିଅ ସେହି ସପନେ ମୋହର
ଝୁରୁଛି ମୁଁ ନିତିଦିନ ତମରି ଦର୍ଶନ ପାଇଁ।
ଅଜୟ କୁମାର ମହାନ୍ତି
ହରିପୁର,
କବୀର ପୁର,ଯାଜପୁର




0 Comments