ହାଏ ରେ ତୋର ନାଲି ଓଢଣି - ସମର ବଲ୍ଲଭ ଭୋଇ


ଯେବେ ଦେଖା ହେଲା ପ୍ରଥମ ଥର
ମନ ତ ଉଡୁଥଲା ହୋଇ ଫରଫର
ଆଖିରେ ଲାଖି ଗଲା ତୁମ ଚାହାଣି
ହାଏ ରେ ତୋର ନାଲି ଓଢଣି
ମୋତେ କରିଛି କେତେ ଯେ ଗୁଣି ।।

ସପନ ରେ ତମକୁ ଦେଖିଲି ଯେବେ 
ମନ ଅଗଣାରେ ତମ ରୂପ ରଙ୍ଗ
ଫୁଟି ଉଠୁଥିଲା କେତେ ତମ ଚାହାଣି
ହାଏ ରେ ତୋର ନାଲି ଓଢଣି
ମୋତେ କରିଛି କେତେ ଯେ ଗୁଣି ।।

ହୃଦୟକୁ ପଚାରିଲି ଯେବେ ତୁମ କଥା
ଶୀହରଣ ହେଲା ମୋର ହୃଦୟ ସ୍ପନ୍ଦନ
ସ୍ପନ୍ଦନଟା ଭାବୁଥାଏ ତୁମେ ମୋର ରାଣୀ
ହାଏ ରେ ତୋର ନାଲି ଓଢଣି
ମୋତେ କରିଛି କେତେ ଯେ ଗୁଣି ।।

ବସନ୍ତର ମୃଦୁ ମଳୟଟା କରୁଥିଲା ଅଳି
ପ୍ରିୟାତମା ତମ ସାଥେ ଖେଳିଥାନ୍ତି ହୋଲି
ହେଲେ କୋଇଲି ଗାଉଥିଲା ମଳୟ ରାଗିଣୀ
ହାଏ ରେ ତୋର ନାଲି ଓଢଣି
ମୋତେ କରିଛି କେତେ ଯେ ଗୁଣି ।।

ଫଗୁଣର ଫଗୁରଙ୍ଗେ ଭାରାକ୍ରାନ୍ତ ମନ
ବୁଝେନି କଦାପି ସିଏ ଭାବେ ରାତିଦିନ
ଫଗୁଣ ବିନା ଫିକା ଲାଗେ ତା ଚାହାଣି
ହାଏ ରେ ତୋର ନାଲି ଓଢଣି
ମୋତେ କରିଛି କେତେ ଯେ ଗୁଣି ।।
 
ବରଷାର ଭିଜା ଭିଜା ମାଟିର ବାସ୍ନାରେ 
କେଶ ତୁମ ଭିଜୁଥିଲା ବରଷା ଛିଟାରେ
ଚିକଣିଆ ଲାଗୁଥାଏ ତମ ପଛ ଚାହାଣି
ହାଏ ରେ ତୋର ନାଲି ଓଢଣି
ମୋତେ କରିଛି କେତେ ଯେ ଗୁଣି ।।

ଶରତ ସୁନ୍ଦରୀ ସାଥେ ଯେବେ ତୁମେ
ହେଇଯାଏ ଯଦି ହଠାତ୍ ଭେଟା ଭେଟି
କାଶତଣ୍ଡି ଫୁଲ ଈର୍ଷା କରେ ଦେଖି ତୁମ ଚାହାଣି
ହାଏ ରେ ତୋର ନାଲି ଓଢଣି
ମୋତେ କରିଛି କେତେ ଯେ ଗୁଣି ।।

ଶୀତ ରାତି ଯେବେ ଦେଖେ ତୁମ ବେଶ
କାକର ବିନ୍ଦୁରେ ସଜାଇ ଚେହେରା ତୁମର
ନବ ବଧୁ  ବେଶରେ ଖୋଜେ ତୁମ ସଜାଣି
 ହାଏ ରେ ତୋର ନାଲି ଓଢଣି
ମୋତେ କରିଛି କେତେ ଯେ ଗୁଣି ।।


ସମର ବଲ୍ଲଭ ଭୋଇ
ପଢୁଆଁପଦା, ବାଲେଶ୍ବର-୭୫୬୦୦୨



Post a Comment

0 Comments