ତୁମକୁ ପାଖରେ ପାଇବାର ମୋହ ,
ତୁମଠୁ ଦୂରେଇ ଯିବାର କୋହ...
ମୋତେ କାଇଁ ଏବେ
ଆଉ ସେତେ ବାଧୁ ନି....
ମୁଁ କେବଳ ତୁମର ବୋଲି
ତୁମର ଯୋଉ ଜିଦ୍,
ତୁମେ କେବଳ ମୋର ବୋଲି
ମୋର ଯୋଉ ଦମ୍ଭିଲାପଣ...
ସବୁ କେମିତି ମିଳେଇ ଗଲା
ଏତେ ସହଜରେ!!!!
ସେଦିନ ମୁଁ ଚାଲିଥାଏ...
ଏକମୁହାଁ ସେଇ ଚିହ୍ନା ରାସ୍ତା ରେ
ମୋ ପାଖରେ ତୁମେ ନଥାଅ,
ନିଜର ଛାଇ ଟି ଏକାନ୍ତ ଭାବେ
ଚାଲୁଥାଏ ମୋ ଆଗେ ଆଗେ...
ମୁଁ ଝୁଣ୍ଟିଲି ସାମାନ୍ୟ,
ସେ' ବି ଝୁଣ୍ଟିଲା ମୋ ସହ...
ମୁଁ ତ ହଜି ଥିଲି ତୁମ ଭାବନା ରେ ,
ସେ କ'ଣ ଭାବେ ମୁଁ ଜାଣେନା....
ଏଣିକି ମୁଁ ଆଉ
ବେ ଖିଆଲି ହେଇନି,
ତୁମ କଥା ରଖିଛି....
ତୁମେ କୁହ ନା!!!!
ରାସ୍ତା ରେ ସାବଧାନ ହୁଅ,
ଦେଖ; ମୁଁ ପୁରା ସାବଧାନ
ଆଜି ଜୀବନ ରାସ୍ତା ରେ....
ତୁମର ମନେଅଛି ନା!!!!
ଗାଁ ଶେଷ ମନ୍ଦିର ର ସେ ଭଙ୍ଗା କାନ୍ଥ
ଯୋଉଠି ଆମ ନାଁ କୁ,
ଯୋଡି ଲେଖିଥିଲେ ଆମେ ଦୁହେଁ....
ସେଦିନ କାହିଁକି ସେ
ଅକ୍ଷର ଗୁଡା ଭାରୀ ମଳିନ ଦିଶୁଥିଲା
ଖଦଡ ଇଟା କାନ୍ଥ ରେ
ଧୂର୍ତ୍ତ ଧୂଳି ମାନେ ନିଜର କର୍ତୁତ୍ତ୍ବ
ଜାହିର କରୁଥିଲେ ହସିହସି
ଆଉ ଆମ ଦୁହିଁଙ୍କ ଯୋଡା ନାଁ
ହଜିଯାଇଥିଲା ସେ ହସ ଭିତରେ....
ତୁମେ ଗପ କର ଅନ୍ୟମାନଙ୍କ ସହ
ହସିହସି.... ଅବଶ୍ଯ,
କୋହ କୁ ସବୁ ଭିତରେ ଚାରି ଦିଅ
ମୁଁ ଜାଣିପାରେ.....
ସତ କହିଲ, ମୋତେ ଦେଖି
କାହିଁକି ତୁମେ ହସିବା ବନ୍ଦ କର??
ମୁହଁ ବୁଲେଇ ଦିଅ ସେ ଆଡକୁ???
ତଥାପି ମୋ ମନ
କେବେ ଆଘାତ ପାଏନି
କାହିଁକି???
କାରଣ ମୁଁ ଜାଣିଥିଲି..
ଆମ ବିଚ୍ଛେଦ ର ଅନ୍ଯ ନାମ
ଆମ 'ଜାତି' ବୋଲି।।।
ମଧୁସ୍ମିତା ଶତପଥୀ ,
ତେଲେଙ୍ଗାପେଣ୍ଠ , କଟକ




0 Comments