ସାରା ଆକାଶ
ମେଘଛନ୍ନ !!
ତୃଷ୍ଣା ପୂର୍ଣ୍ଣ ମାଟି
ଚାତକ, ମୁଁ, ଜମି ଓ ସେମାନେ ll
ଖଣ୍ଡ ଖଣ୍ଡ ସଦ୍ୟ
ଅଙ୍କୁରିତ ବୀଜର
ଏବେ ମୃତ୍ୟୁ ସନ୍ନିକଟ ll
ପୁଞ୍ଜିପତି - ମେଘ
କେଉଁଠି ପଶିଛି
ଅଲୋଡ଼ା ଇଲାକାର
ଠିକଣା ବାହାରେ
ଠିକଣାର ଦ୍ୱାହି ଦେଇ ll
ବର୍ଷା -, ରମଣୀୟ
ମୌସୁମୀର ଆର୍ତ୍ତ ଆବାହନ -
ହଳ-ନଙ୍ଗଳ-ଜମି
ମୁଣ୍ଡର ଝାଳ...
ଏବେ ମାଟି ମୁହାଁ ll
ତଥାପି
ଏତେ ଭାରାକ୍ରାନ୍ତ ବର୍ଷା
ବର୍ଷା !!
ଭିତରେ ନା ବାହାରେ
ବେଶ ତେଜୁଛି
ପୁଞ୍ଜିପତି ଠିକଣାରେ
ବେଶ ବର୍ଷି ଚାଲିଛି ll
*ତପନ କୁମାର ସାହୁ*
*କଳାହାଣ୍ଡି*
*ସମ୍ପାଦକ* - *ଅ ପତ୍ରିକା*
*ମୋ -7328001575*
*ଇମେଲ-apatrika02@gmail.com*




0 Comments