ସ୍ନା__ସ୍ନାନ ପୂର୍ଣ୍ଣିମା ରେ ଜଗତ ଠାକୁର
ଦିଶ ହେ କେଡ଼େ ସୁନ୍ଦର
ଭାଇ ଭଗ୍ନୀ ସଙ୍ଗେ ଚକ୍ର ସୁଦର୍ଶନ
ସ୍ନାନ ପାଇଁ ତତପର
ରତ୍ନ ସିଂହାସନ ଛାଡ଼ି
ସ୍ନାନ ମଣ୍ଡପରେ କରିବ ସ୍ନାହାନ
ଆହେ ବୈକୁଣ୍ଠ ବିହାରୀ।।
ନ__ନଟକୁଟିଆ ନଟବର ନାଗର
କେତେ ନାଟ ଲଗାଇଛ
ନିଦାଘ ଝାଞ୍ଜି ରୁ ଆଶ୍ବସ୍ତ ପାଇଁକି
ଚନ୍ଦନ ଯାତ୍ରା ରଚିଛ
ଜ୍ୟେଷ୍ଠ ଶୁକ୍ଳ ପୂର୍ଣ୍ଣମୀ ରେ
ଶହେ ଆଠ କୁମ୍ଭ ଜଳରେ ସିନାନ
କରିବ କଳା ଠାକୁରେ
ପୂ__ପୂର୍ଣ୍ଣ ବ୍ରହ୍ମ ଦାରୁ ଦିଅଁ ହେ ମୋହନ
କେ ବୁଝିବ ତୁମ ଲୀଳା
ତେତିଶ କୁମ୍ଭରେ ବଳିଆ ସ୍ନାହନ
ପଇଁତ୍ରିଶ ରେ କାଳିଆ
ହଳଦୀମୁଖି ବାଇଶ
ଅଠର କୁମ୍ଭ ରେ ସୁଦର୍ଶନ ସ୍ନାନ_
ପରେ ଗଜାନନ ବେଶ।।
ର୍ଣି __ନବ ଦୂର୍ବାଦଳ ଶ୍ୟାମ ଚକାଆଖି
(ଆହେ) ଦେବ ଚତୁର୍ଦ୍ଧା ମୁରତି
ମହାବେଦୀ ପରେ ମହାସ୍ନାନ କରି
ଜ୍ଵର ରେ କମ୍ପିବ ଛାତି
ଦଶ ମୂଳି ଓଷ ଦେଇ
ଫୁଲେରୀ ତେଲ କୁ ଶ୍ରୀ ଅଙ୍ଗେ ଲେପିଲେ
ଜ୍ଵର ଯିବ ଦୂର ହୋଇ।।
ମା__ମାୟାଧର ତୁମେ ହେ ମୁରଲୀ ଧର
ମୋହନ ମୁରଲୀ ସୁରେ
ତ୍ରିଭୁବନ ଜିଣ ଆହେ ଘନ ଶ୍ୟାମ
(ତବ) ଦୃଷ୍ଟି ଢାଳ ଏ ସଂସାରେ
ଦୂର କର ମହାମାରୀ
ଆତୁର ପରାଣେ ଡାକନ୍ତି ଭକତେ
ଶୁଣିମା ହେଉ ଗୁହାରି।।
ସନ୍ଧ୍ୟାରାଣୀ ହୋତା
ଶିକ୍ଷୟତ୍ରୀ, ଡାବୁଗାଁ, ନବରଙ୍ଗପୁର
0 Comments