ଜୀବନଠୁ ଯାକୁ ପାଉଛି ମୁଁ ଭଲ
ରଖିଛି ହୃଦେ ସାଇତି
ସୟନେ ସପନେ ଅବା ଜାଗରଣେ
ତା କଥା ଭାବୁଛି ନିତି l
ଯେତେ ଦୂରେ ଥିଲେ ତାର କଥା ସବୁ
ନିତି ଯେ ପଡଇ ମନେ
ଭାସି ଆସେ ତାର ସୁନ୍ଦର ଛବିଟି
ଏଇ ମୋ ଦୁଇ ନୟନେ l
ତା'ବିନା ଅଧୁରା ଏଇ ମୋ ଜୀବନ
ସିଏ ମୋ ଛାତି ସ୍ପନ୍ଦନ
ହୃଦୟ ମନ୍ଦିରେ ପୂଜେ ନିତି ତାକୁ
ଦେଇ ସ୍ନେହ ଶ୍ରଦ୍ଧା ପ୍ରେମ l
ସବୁ ଦୁଃଖ କଷ୍ଟ ସହି ଯାଏ ପୁଣି
ଦେଲା ଯିଏ ମୋତେ ଜନ୍ମ
ଆଉ କେହି ନୁହେଁ ସେଇ ମାଆ ମୋର
ଅଟେ ଯେ ପ୍ରଥମ ପ୍ରେମ l
ପ୍ରେମ୍ କବି ଜଗବନ୍ଧୁ ସାହୁ
ଛଞ୍ଚାଣିଆ ପଲ୍ଲୀ, ଗଞ୍ଜାମ



0 Comments