କଣ ମୋ ଭାଗ୍ୟରେ ନାହିଁ - ସୁଜାତା ବେହେରା


     ଗୋଟିଏ ଛିଅ ଯିଏକି ସବୁବେଳେ ସତ ପ୍ରେମ ପାଇବାକୁ ଖୋଜିବୁଲୁଥିଲା । କିନ୍ତୁ ତାକୁ ସେଭଳି ପ୍ରେମ ମିଳୁନଥିଲା । ଏକଦା ସେ ବ୍ୟସ୍ତହୋଇ ଜଣେ ସନ୍ୟାସୀଙ୍କ ପାଖକୁ ଗଲା,ଆଉ ପଚାରିଲାକି ବାବା ସତ ପ୍ରେମ ଏଦୁନିଆରେ ସମସ୍ତଙ୍କ ଭାଗ୍ୟରେ କାହିଁକି ମିଳେନି ? ଏହା କ'ଣ ସତ ! ସେ ପାଖରେ ଏକ ବଗିଚା ଥିଲା ସେ ବଗିଚା କୁ ଚାହିଁ ବାବା କହିଲେ ତୁମେ ସେ ବଗିଚାକୁ ଯାଅ ଏବଂ ସବୁଠାରୁ ସୁନ୍ଦର ଫୁଲ ଟିଏ ତୋଳି ଆଣ । ଝିଅଟି ବଗିଚାକୁ ଚାଲିଗଲା ଏବଂ ତାକୁ କୌଣସି ବି ଫୁଲ ପସନ୍ଦ ହେଲାନି । ତା'ପର ଦିନ ଆସିଲା ଏବଂ ତା ନଜର ଗୋଟେ ଗୋଲାପ ଫୁଲ ଉପରେ ପଡିଲା । କିନ୍ତୁ ସେ ତାକୁ ତୋଳିଲା ନାହିଁ ତା'ଠାରୁ ଭଲ ଫୁଲ ଖୋଜିବା ପାଇଁ ଚାଲିଗଲା । ଏକଥା ଭାବିକି ଆଗରେ ଏହା ଠାରୁ ଆହୁରି ବହୁତ ସୁନ୍ଦର ଫୁଲ ଥିବ । ବହୁତ ସମୟ ପରେ ଯେତେବେଳେ ସେ ଝିଅକୁ ସେହି ଗୋଲାପଠୁ ଆଉ ସୁନ୍ଦର ଫୁଲ ମିଳିଲା ନାହିଁ ସେ ଫେରିଆସି ସେ ଗୋଲାପକୁ ତୋଳିବାକୁ ଆସି ଦେଖେ ତ ସେ ଫୁଲକୁ ତୋଳି ଆଉ କିଏ ନେଇଯାଇଥିଲା । ମନ ଦୁଃଖରେ ଫେରିଲା ଏବଂ ବାବାଙ୍କୁ ସବୁ କହିଲା । ବାବା ପ୍ରତିଉତ୍ତର ଦେଇ କହିଲେ , ଯିଏ ଆମ ସାମ୍ନାରେ ଥାଏ ଆମେ ତାକୁ ଟିକେବି ଖାତିର କରନ୍ତି ନାହିଁ । କିନ୍ତୁ ଆମେ ଯେତେବେଳେ ଫେରନ୍ତି ତାହା ବି ଆମକୁ ମିଳେନାହିଁ । ତେଣୁ ଏଥିପାଇଁ ଆମକୁ ସତ ପ୍ରେମ ମିଳେନାହିଁ । ସେଥିପାଇଁ ତାକୁ ଭଲପାଅ ଯିଏ ପାଖରେ ଅଛି, ଏବଂ ତମକୁ ଭଲ ପାଉଛି । 

  
    
    ସୁଜାତା ବେହେରା
  ବେଗୁନିଆପଦି, ହାଟଡିହି, କେନ୍ଦୁଝର

Post a Comment

0 Comments